ଓଡିଶା

odisha

ETV Bharat / bharat

ପ୍ରଥମେ କର୍ତ୍ତବ୍ୟ, ପରେ ମାତୃତ୍ବ: କୋଭିଡ ଡ୍ୟୁଟିରେ 5 ମାସର ଗର୍ଭବତୀ କମାଣ୍ଡେଣ୍ଟ

କମାଣ୍ଡେଣ୍ଟ ଶିଲ୍ପା ସାହୁ, ନକ୍ସଲ ଅଞ୍ଚଳର ଜଣେ ଦକ୍ଷ ଅଫିସର । 5 ମାସର ଗର୍ଭବତୀ ଥିବା ସତ୍ତ୍ବେ ଘରୁ ଗୋଡ କାଢି କରୁଛନ୍ତି ଲୋକଙ୍କୁ ସଚେତନ । ଉଦୁଉଦୁଆ ଟାଣ ଖରା ମଧ୍ୟ ତାଙ୍କ କର୍ତ୍ତବ୍ୟ ଆଗରେ ହାର ମାନିଛି । ଟିମ୍ ସହ ରହି ସାଜୁଛନ୍ତି ସମସ୍ତଙ୍କ ପାଇଁ ପ୍ରେରଣା । କିପରି ରହିବେ ସୁସ୍ଥ, ସେ ନେଇ ବାଣ୍ଟୁଛନ୍ତି ସଚେତନତାର ବାର୍ତ୍ତା । କର୍ତ୍ତବ୍ୟନିଷ୍ଠା ଶିଲ୍ପା ସାହୁ କିପରି ରାଜରାସ୍ତାରେ ଅମାନିଆଙ୍କୁ ବୁଝାଉଛନ୍ତି, ସେ ସମ୍ପର୍କରେ ପଢନ୍ତୁ...

By

Published : Apr 20, 2021, 7:28 PM IST

ପ୍ରଥମେ କର୍ତ୍ତବ୍ୟ, ପରେ ମାତୃତ୍ବ: କୋଭିଡ ଡ୍ୟୁଟିରେ 5 ମାସର ଗର୍ଭବତୀ କମାଣ୍ଡେଣ୍ଟ
ପ୍ରଥମେ କର୍ତ୍ତବ୍ୟ, ପରେ ମାତୃତ୍ବ: କୋଭିଡ ଡ୍ୟୁଟିରେ 5 ମାସର ଗର୍ଭବତୀ କମାଣ୍ଡେଣ୍ଟ

ରାୟପୁର:ଦନ୍ତେୱାଡା ଜିଲ୍ଲାରେ କୋରୋନା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ନେଇ ଲକଡାଉନ ଜାରି ରହିଛି । ଏହାକୁ ନଜରର ରଖି ପୋଲିସ ସମସ୍ତ ଚେକପୋଷ୍ଟରେ ସଜାଗ ରହିବା ସହ କଡା ପ୍ରହରା ଚାଲୁ ରଖିଛି । ଜନସାଧାରଣଙ୍କୁ ସଚେତନ କରିବା ସହ ବାହାରକୁ ନ ବାହାରିବା ପାଇଁ ଅନୁରୋଧ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ଦନ୍ତେଶ୍ବରୀ ମହିଳା କମାଣ୍ଡୋ ଶିଲ୍ପା ସାହୁଙ୍କ ଟିମ୍ ମଧ୍ୟ ଏଥିରେ କାମ କରୁଛନ୍ତି । କମାଣ୍ଡେଣ୍ଟ ଡିଏସପି ଶିଲ୍ପା ସାହୁ ନିଜେ ବିଭିନ୍ନ ଛକ ଓ ରାସ୍ତାରେ ଉପସ୍ଥିତ ରହି ଲୋକଙ୍କୁ ବୁଝାଉଛନ୍ତି । ହୁଏତ ଏହା କିଛି ବଡ କଥା ନୁହେଁ, ଏହା ଜଣେ କମାଣ୍ଡେଣ୍ଟଙ୍କ କର୍ତ୍ତବ୍ୟ । ସବୁଠାରୁ ବଡ ଓ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ, ଡିଏସପି ଶିଲ୍ପା ବର୍ତ୍ତମାନ 5 ମାସର ଗର୍ଭବତୀ । ପ୍ରସବ ପୀଡାର ଆରମ୍ଭରେ ହିଁ ସେ ନିଜର କର୍ତ୍ତବ୍ୟକୁ ସମ୍ପାଦନ କରିବାରେ ଲାଗି ପଡିଛନ୍ତି ।

ପ୍ରଥମେ କର୍ତ୍ତବ୍ୟ, ପରେ ମାତୃତ୍ବ: କୋଭିଡ ଡ୍ୟୁଟିରେ 5 ମାସର ଗର୍ଭବତୀ କମାଣ୍ଡେଣ୍ଟ

ଅନ୍ୟ ଗର୍ଭବତୀ ମହିଳାଙ୍କ ଭଳି ସେ ଘରେ ଆରାମ ନ କରି ନିଜ ଶିଶୁର ଜୀବନକୁ ବାଜି ଲଗାଇ ଦାୟିତ୍ବ ପ୍ରତି ବେଶ ସଜାଗ ହୋଇ ପଡିଛନ୍ତି । ଯେଉଁଥିପାଇଁ ସବୁ ମହଲରୁ ତାଙ୍କୁ ବାଃ ବାଃ ମିଳୁଛି । ନିଜ ସହକର୍ମୀଙ୍କ ସହ ଉଦୁଉଦୁଆ ଖରାରେ ଛିଡା ହୋଇ ଲୋକଙ୍କୁ ସଚେତନ କରିବାରେ ଲାଗି ପଡିଛନ୍ତି । ଗର୍ଭ ଯନ୍ତ୍ରଣାକୁ ଭ୍ରୁକ୍ଷେପ ନ କରି ସେ ଲୋକଙ୍କୁ ସେ ବୁଝାଇଛନ୍ତି, ଆମେ ଯେପରି ନିଜ ଜୀବନକୁ ଖାତିର ନ କରି କୋରୋନକୁ ଭୟ ନ କରି ରାସ୍ତାରେ ଛିଡା ହୋଇ ଆପଣମାନଙ୍କୁ ସଚେତନ କରୁଛୁ, ଠିକ୍ ସେହିପରି ଆପଣମାନେ ମଧ୍ୟ ବେଶୀ ଜରୁରୀ କାମ ନଥିଲେ ଘରୁ ବାହାରକୁ ବାହାରୁନ୍ତୁନି । ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ।

ଛତିଶଗଡରେ ସମ୍ପୂର୍ଣ୍ଣ ଲକଡାଉନ ଲାଗୁ ହୋଇଛି । ତେଣୁ ସମସ୍ତଙ୍କୁ ସତର୍କ ରହିବାକୁ ଡିଏସପି ସାହୁ ଅନୁରୋଧ କରୁଛନ୍ତି । ଶିଲ୍ପାଙ୍କ ଏହି ସାହାସକୁ ସମସ୍ତେ ସଲାମ ଜଣାଇଛନ୍ତି । କଅଁଳିଆ ଶିଶୁର ଜୀବନକୁ ବାଜି ଲଗାଇ କୋଭିଡ ନିୟମ ଭାଙ୍ଗୁଥିବା ଲୋକଙ୍କୁ ବୁଝାଇଛନ୍ତି । ଅମାନିଆଙ୍କୁ ତଣ୍ଡ ଦେବା ସୂରୁପ ସେ ଚାଲାଣ ମଧ୍ୟ କାଟିଛନ୍ତି । ତାଙ୍କର ଏପରି କର୍ତ୍ତବ୍ୟନିଷ୍ଠା କାର୍ଯ୍ୟ ଓ ସତସାହସକୁ ଦେଖିଲେ କେବଳ ଛତିଶଗଡ ସରକାର କାହିଁକି ପୁରା ଭାରତର ଛାତି ଗର୍ବରେ ଫୁଲି ଉଠୁଛି । ସେ ସମସ୍ତଙ୍କ ପାଇଁ ପ୍ରେରଣାର ସ୍ରୋତ ପାଲଟିଛନ୍ତି । ଯେଉଁଥିପାଇଁ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details