ପାଟନା:ବିହାରରେ ଅଭାବନୀୟ ଘଟଣା । ଋଣ ଟଙ୍କା ସୁଝି ନପାରି ବିଷ ପିଇଲେ ଗୋଟିଏ ପରିବାରର ୬ଜଣ ସଦସ୍ୟ । ସେମାନଙ୍କ ମଧ୍ୟରୁ ୫ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି (five Members Of Family Die In Bihar) । ଏଭଳି ଦୁଃଖଦ ଘଟଣା ଘଟିଛି ନଓ୍ବାଡା ଜିଲ୍ଲାରେ । ବିଷ ପାନ ପରେ ଜଣେ ଯୁବତୀ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପୋଲିସ ସୁତ୍ରରୁ ଜଣାପଡିଛି । ୫ମୃତକ ହେଉଛନ୍ତି କେଦାର ଲାଲ ଗୁପ୍ତା, ତାଙ୍କ ସ୍ତ୍ରୀ ଅନିତା ଦେବୀ,ଝିଅ ଗୁରିଆ କୁମାରୀ, ସବନମ କୁମାରୀ ଓ ପୁଅ ପ୍ରିନ୍ସ କୁମାର । କେଦାରର ଲାଲଙ୍କ ଆଉ ଜଣେ ଝିଅ ସାକ୍ସି କୁମାରୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ।
ଏନେଇ ସାକ୍ସି କହିଛନ୍ତି, ''ମୋ ବାପା ମନୀଷ କୁମାର ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଋଣ ଆଣିଥିଲେ । କିନ୍ତୁ ତାଙ୍କୁ ଫେରାଇବାରେ ଅସମର୍ଥ ହୋଇଥିଲେ । ଏଥି ପାଇଁ ସବୁଦିନ ବାପା ଚିନ୍ତାରେ ରହୁଥିଲେ । ପ୍ରତିଦିନ ଋଣ ଆଣିଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟ ଘରକୁ ଆସି ଅପମାନିତ କରନ୍ତି । ଏଥି ପାଇଁ ବାପା ପ୍ରତ୍ୟେକ ଦିନ ଏକ ହଜାର ଟଙ୍କା ଦିଅନ୍ତି । କିନ୍ତୁ ପୁରା ଋଣ ଟଙ୍କା ସୁଝିପାରିନଥିଲେ ।''