ଓଡିଶା

odisha

ETV Bharat / bharat

ଗୋଟିଏ ପରିବାରର 5 ଜଣଙ୍କ ଜୀବନ ନେଲା କୋରୋନା - କୋରୋନାର ଭୟବହତା

କୋରୋନାରେ ଆକ୍ରାନ୍ତ ହୋଇ ମହାରାଷ୍ଟ୍ରର ପୁଣେରେ 5 ଜଣଙ୍କ ଜୀବନ ଯାଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

ଗୋଟିଏ ପରିବାରର 5 ଜଣଙ୍କ ଜୀବନ ନେଲା କୋରୋନା
ଗୋଟିଏ ପରିବାରର 5 ଜଣଙ୍କ ଜୀବନ ନେଲା କୋରୋନା

By

Published : Apr 19, 2021, 12:03 PM IST

ମୁମ୍ବାଇ: ମହାରାଷ୍ଟ୍ରର ପୁଣେଠାରେ ଗୋଟିଏ ପରିବାରର 5 ଜଣଙ୍କ ଜୀବନ ନେଇଛି କୋରୋନା । ପରିବାରର 4 ଜଣ ସଦସ୍ୟ ଏକ ପୂଜା ଉତ୍ସବରେ ଯୋଗଦାନ ପରେ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ପରିବାରର ସମସ୍ତ ସଦସ୍ୟ ଆକ୍ରାନ୍ତ ହେବା ପରେ 14 ଦିନ ମଧ୍ୟରେ ପରିବାରର ସମସ୍ତେ ମୃତ୍ୟୁବରଣ କରିଥିବା ଜଣାପଡିଛି ।

ଗୋଟିଏ ପରିବାରର 5 ଜଣଙ୍କ ଜୀବନ ନେଲା କୋରୋନା

ମିଳିଥିବା ସୂଚନା ଅନୁସାରେ ଅଲକା ଯାଦବ(62)ଙ୍କ ସ୍ବାମୀ ଗତ ଜୀନୁଆରୀ 15 ତାରିଖରେ କୋରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ । ତାଙ୍କ ବିୟୋଗର 2 ମାସ ପରେ ଯାଦବ ଓ ଗୈକୱାଡ ପରିବାର ଏକତ୍ରିତ ହୋଇ ଏକ ପୂଜାରେ ଯୋଗ ଦେଇଥିଲେ । ଏହାପରେ ପରିବାରର ଜଣଙ୍କ ପରେ ଜଣେ କୋରୋନାରେ ଆକ୍ରାନ୍ତ ହେବାକୁ ଲାଗିଥିଲେ । ରୋହିତ(38) ପ୍ରଥମେ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ପରିବାରର ଅନ୍ୟ 2 ଜଣ ସଦସ୍ୟ ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସିତ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।

ରୋହିତଙ୍କ ଭଉଣୀ ବୈଶାଳୀ ଅରୁଣ ଗୈକୱାଡ(43) ମାର୍ଚ୍ଚ 30 ତାରିଖରେ ଖେଦ ଶିଭାପୁରରେ ଥିବା ଶ୍ଳୋକ ହସ୍ପିଟାଲରେ ମୃତ୍ୟୁବରଣ କରିଥିବା ବେଳେ ରୋହିତଙ୍କର ଏପ୍ରିଲ 3 ତାରିଖରେ ମୃତ୍ୟୁ ଘଟିଥିଲା । ଏହାପରେ ଅଲକା ଏପ୍ରିଲ 4 ତାରିଖ ଓ ଅଲକାଙ୍କ ଭାଇ ଅତୁଲ ଶଙ୍କର ଯାଦବ(40) ଏପ୍ରିଲ 14 ତାରିଖରେ ପ୍ରାଣ ହରାଇଥିଲେ । ପୁଣେରେ ଲଗାତର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ କିଛି କଲୋନୀର ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଉଛି । ସେପଟେ ପୁଣେ ମୁନିସିପାଲିଟି କର୍ପୋରେସନ ବାହାରୁ ଆସୁଥିବା ଲୋକଙ୍କୁ RT-PCR ଟେଷ୍ଟ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details