ଓଡିଶା

odisha

ETV Bharat / bharat

ଆସାମରେ ଜଳପ୍ରଳୟ: 5 ମୃତ, ଅନେକ ଗାଁ ଜଳମଗ୍ନ - ଆସାମ ବନ୍ୟାରେ 5 ମୃତ

ଲଗାଣ ବର୍ଷା ପରେ ଆସାମରେ ଜଳପ୍ରଳୟ । ଏବେସୁଦ୍ଧା 5 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 230 ଗାଁ ଜଳମଗ୍ନ ଥିବା ସୂଚନା । ଅଧିକ ପଢନ୍ତୁ

ଆସାମରେ ଜଳପ୍ରଳୟ: 5 ମୃତ, 230 ଗାଁ ଜଳମଗ୍ନ
ଆସାମରେ ଜଳପ୍ରଳୟ: 5 ମୃତ, 230 ଗାଁ ଜଳମଗ୍ନ

By

Published : May 17, 2022, 12:02 PM IST

ଗୌହାଟୀ:ଆସାମରେ ଜଳପ୍ରଳୟ(Assam Floods) । ଲଗାଣ ବର୍ଷା ଯୋଗୁଁ ଆସାମରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଘରଦ୍ବାର, ରାସ୍ତାଘଟ ସବୁ ଜଳମଗ୍ନ ହୋଇଯାଇଛି । ବନ୍ୟା ଏବଂ ଭୁସ୍ଖଳନ ଯୋଗୁଁ ଏ ପର୍ଯ୍ୟନ୍ତ ଏଠାରେ 5 ଜଣଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସୁନିଶ୍ଚିତ କରିଛି । ସେହିପରି ବନ୍ୟା ଯୋଗୁଁ 5ଟି ସ୍ଥାନରେ ନଦୀବନ୍ଧ ଭାଙ୍ଗି ଯାଇଥିବାର ମଧ୍ୟ ସୂଚନା ମିଳିଛି ।

ଆସାମରେ ରାସ୍ତାଘାଟ ପାଣିରେ ବୁଡି ରହିଛି । ଚାରିଆଡେ ଖାଲି ପାଣି ହିଁ ପାଣି । ଲଗାଣ ବର୍ଷା ଯୋଗୁଁ ରାଜ୍ୟର ପାହାଡି ଜିଲ୍ଲା ଦିମା ହାସାଓ(Dima Hasao) ଅଧିକ ପ୍ରଭାବିତ ହୋଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟିଛି । ଏହାଯୋଗୁଁ ଟ୍ରେନ ଚଳାଚଳ ଏବଂ ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ବନ୍ୟାରେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ହେଲିକାପ୍ଟର ନିୟୋଜିତ କରାଯାଇଛି । Simen, Gai, Sovansiri, Jiyadhal, Red ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଜଳପତ୍ତନ ବୃଦ୍ଧି ଯୋଗୁଁ ବିଭିନ୍ନ ଡ୍ୟାମ ଗେଟ୍ ଖୋଲାଯାଇଛି । ଫଳରେ ଅନେକ ତଳିଆ ଅଞ୍ଚଳ ଏବେ ଜଳମଗ୍ନ ହୋଇଯାଇଛି ।

ଆସାମରେ ଜଳପ୍ରଳୟ: 5 ମୃତ, 230 ଗାଁ ଜଳମଗ୍ନ

କାଚର, ଧୀମାଜି, ହୋଜାଇ, କରଭି, ନାଗାଓଁ, ବରପେଟା, ନଳବରି ଏବଂ କମରୂପ ଆଦି 8ଟି ଜିଲ୍ଲା ବନ୍ୟାରେ ଅଧିକ ପ୍ରଭାବିତ ହୋଇଛି । 56 ହଜାରରୁ ଅଧିକ ଲୋକକ ଜୀବନ ଜୀବିକା ବିପନ୍ନ ହେବା ସହ 230 ଗାଁ ବନ୍ୟା ପାଣିରେ ବୁଡି ରହିଛି । ଏବେସୁଦ୍ଧା ପ୍ରାୟ 103221.44 ହେକ୍ଟର ଚାଷ ଜମି ନଷ୍ଟ ହୋଇଥିବାର ଖବର ମିଳିଛି । ଆସନ୍ତା 24 ଘଣ୍ଟା ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details