ଶ୍ରୀନଗର:ସୀମାରେ ଗତକାଲି ଭାରତୀୟ ସେନା ଓ କାଶ୍ମୀର ପୋଲିସର ମିଳିତ ଅପରେସନ ହୋଇଥିଲା । ଅପରେସନରେ କରନାହ ନିୟନ୍ତ୍ରଣ ସୀମାରୁ ବିଭିନ୍ନ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ କରିଛି କାଶ୍ମୀର ପୋଲିସ ।
କାଶ୍ମୀର ପୋଲିସର ସୂଚନା ଅନୁସାରେ, ଜବତ ହୋଇଥିବା ଅସ୍ତ୍ରଶସ୍ତ୍ର ମଧ୍ୟରେ ପାଞ୍ଚଟି ଏକେ ରାଇଫଲ, ଛଅଟି ଏକେ ମାଗାଜିନ,ସାତିଟି ବନ୍ଧୁକ ଓ ଗୁଳିଗୋଳା ରହିଛି । କୁପୱାରା ପୋଲିସ ଓ ସେନା ତାଡର ଧାନି ଆଞ୍ଚଳରୁ ଗତକାଲି ପାଞ୍ଚଟି ଏକେ ରାଇଫଲ, ଛଅଟି ଏକେ ମାଗାଜିନ,ସାତିଟି ବନ୍ଧୁକ ଓ ନଅଟି ପିସ୍ତଲ ମାଗାଜିନ ଜବତ କରିଛି ।