ବିଶାଖାପାଟନମ: କୋମୁ କୋନାମ୍ (ବ୍ଲାକ୍ ମାର୍ଲିନ୍)ନାମକ ଏ ମାଛର ଆକ୍ରମଣରେ ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଛି । ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି। ସୂଚନାଅନୁସାରେ, ବୁଧବାର ଦିନ ଜଣେ ମତ୍ସ୍ୟଜୀବୀ ବିଶାଖାପାଟନମର ଏକ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ସମୟରେ କୋମୁ କୋନାମ୍ (ବ୍ଲାକ୍ ମାର୍ଲିନ୍)ନାମକ ଏ ମାଛର ଆକ୍ରମଣରେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଛି। ମୃତ ମତ୍ସ୍ୟଜୀବୀ ଜଣକ ବିଶାଖାପାଟନମର ପାରାଭାଡା ମଣ୍ଡଳର ଜଲାରିପେଟା ନିବାସୀ ଏନ ଯୋଗନା ବୋଲି ଜଣାପଡିଛି।
ମାଛ ପାଇଁ ଗଲା ମତ୍ସ୍ୟଜୀବୀ ଜୀବନ - ମାଛ ଆକ୍ରମଣରେ ମତ୍ସ୍ୟଜୀବୀ ମୃତ
ବିଶାଖାପାଟନମରେ ଚାଞ୍ଚଲ୍ୟ । ବୁଧବାର ମାଛ ଆକ୍ରମଣରେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ
ମାଛ ପାଇଁ ଗଲା ମତ୍ସ୍ୟଜୀବୀ ଜୀବନ
ଘଟଣାନୁସାରେ, ମାଛ ମାରିବା ସମୟରେ ମତ୍ସ୍ୟଜୀବୀମାନଙ୍କ ସେମାନଙ୍କର ଜାଲରେ ପ୍ରାୟ 70 କିଲୋଗ୍ରାମ ଓଜନର ଏକ ବ୍ଲାକ୍ ମାର୍ଲିନ ମାଛ ଦେଖିଥିଲେ । ଉକ୍ତ ମାଛକୁ ଡଙ୍ଗା ଉପରକୁ ଟେକିବାରେ ଅସମର୍ଥ ହେବାରୁ ମତ୍ସ୍ୟଜୀବୀ ଜଣକ ପାଣି ଭିତରରୁ ଡେଇଁ ପଡିଥିଲେ । ପାଣିରେ ମାର୍ଲିନ୍ ଯୋଗନାର ପେଟକୁ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ପରବର୍ତ୍ତି ସମୟରେ ଯୋଗନାଙ୍କ ମୃତଦେହକୁ କୂଳକୁ ଅଣାଯାଇ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
TAGGED:
ମାଛ ଆକ୍ରମଣରେ ମତ୍ସ୍ୟଜୀବୀ ମୃତ