ଓଡିଶା

odisha

ETV Bharat / bharat

ନିର୍ବାଚନରୁ ଓହରିଲେ ପ୍ରଥମ କିନ୍ନର ପ୍ରାର୍ଥୀ, ଯୌନ ନିର୍ଯ୍ୟାତନାର ଆଣିଲେ ଅଭିଯୋଗ - transgender candidate in Kerala polls

କେରଳ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ପ୍ରଥମ କିନ୍ନର ପ୍ରାର୍ଥୀଙ୍କ ପଛଘୁଞ୍ଚା । ଅନନ୍ୟା କୁମାରୀ ଆଲେକ୍ସା ନିଜ ଦଳରୁ ଯୌନ ନିର୍ଯ୍ୟାତନାର ଶିକାର ହେଉଥିବା ଅଭିଯୋଗ ଆଣିଛନ୍ତି । ଅଧିକ ପଢନ୍ତୁ...

ନିର୍ବାଚନରୁ ଓହରିଲେ ପ୍ରଥମ କିନ୍ନର ପ୍ରାର୍ଥୀ
ନିର୍ବାଚନରୁ ଓହରିଲେ ପ୍ରଥମ କିନିର୍ବାଚନରୁ ଓହରିଲେ ପ୍ରଥମ କିନ୍ନର ପ୍ରାର୍ଥୀନ୍ନର ପ୍ରାର୍ଥୀ

By

Published : Apr 4, 2021, 7:08 PM IST

ଥିରୁଅନନ୍ତପୁରମ୍: କେରଳ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ପ୍ରଥମ କିନ୍ନର ପ୍ରାର୍ଥୀଙ୍କ ପଛଘୁଞ୍ଚା । ଅନନ୍ୟା କୁମାରୀ ଆଲେକ୍ସା ନିଜ ଦଳରୁ ଯୌନ ନିର୍ଯ୍ୟାତନାର ଶିକାର ହେଉଥିବା ଅଭିଯୋଗ ଆଣିଛନ୍ତି । ଏହାସହ ଲିଙ୍ଗଗତ ଭେଦଭାବ କରାଯାଉଥିବା ଅଭିଯୋଗ ଆଣିଛନ୍ତି ଅନନ୍ୟା । ଡେମୋକ୍ରାଟିକ ସୋସିଆଲ ଜଷ୍ଟିସ ପାର୍ଟି (DSJP)ର ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥାନ୍ତେ ଅନନ୍ୟା ।

ମାଲାପୁରମ ଜିଲ୍ଲାର ଭେଙ୍ଗାରା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବା ଅନନ୍ୟା କହିଛନ୍ତି ଯେ ଡିଏସଜେପି ଏବଂ ତାଙ୍କୁ ହଇରାଣ କରୁଥିବା ନେତାଙ୍କ ବିରୋଧରେ ସେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ସେ ଗଣମାଧ୍ୟମକୁ କହିଛନ୍ତି, ‘ମୁଁ ଡେମୋକ୍ରାଟିକ୍ ସୋସିଆଲ୍ ଜଷ୍ଟିସ୍ ପାର୍ଟିରୁ ଲିଙ୍ଗଗତ ଭେଦଭାବ ଏବଂ ଯୌନ ଉତ୍ପୀଡ଼ନର ସମ୍ମୁଖୀନ ହେଉଥିଲି । ସେମାନେ ମୋ ସହ ଖେଳିବାକୁ ଚେଷ୍ଟା କରୁଛନ୍ତି। ମୋତେ ସାମ୍ନାରେ ରଖିବାରେ ସେମାନଙ୍କର କିଛି ଯୋଜନା ଏବଂ କାରଣ ଥିଲା ’।

ଆଲେକ୍ସା କେରଳର ଲୋକଙ୍କୁ DSJP କୁ ଭୋଟ୍ ନଦେବାକୁ ନିବେଦନ କରିଛନ୍ତି । ଏହାସହ ସେ କହିଛନ୍ତି, ‘ମୋର ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ । ଆଶା କରେ ମୁଁ ଶୀଘ୍ର ନ୍ୟାୟ ପାଇବି । ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ସରି ଯାଇଥିଲେ ମଧ୍ୟ 28 ବର୍ଷୀୟା ଅନନ୍ୟା ତାଙ୍କ ନିର୍ବାଚନ ପ୍ରଚାର ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି । କେରଳ ବିଧାନସଭା ନିର୍ବାଚନ ପାଇଁ ଏପ୍ରିଲ 6ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ’ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details