ଓଡିଶା

odisha

ETV Bharat / bharat

ଦେଶର ପ୍ରଥମ ତ୍ରିସ୍ତରୀୟ ଫ୍ଲାଏ ଓଭର ବ୍ରିଜର ହେବ ଉଦ୍‌ଘାଟନ - ପ୍ରଥମ ତ୍ରିସ୍ତରୀୟ ଫ୍ଲାଏ ଓଭର ବ୍ରିଜ

ଦେଶର ପ୍ରଥମ ତ୍ରିସ୍ତରୀୟ ଫ୍ଲାଏ ଓଭର ବ୍ରିଜ ଏବଂ ରେଲୱେ ଓଭର ବ୍ରିଜର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଆଜି ଆନୁଷ୍ଠାନିକ ଭାବେ ଏହାର ଉଦଘାଟନ କରାଯିବ। ଅଧିକ ପଢ଼ନ୍ତୁ

first three layer flyover bridge and railroad of india will be inaugurated
ଆଜି ଦେଶର ପ୍ରଥମ ତ୍ରିସ୍ତରୀୟ ଫ୍ଲାଏ ଓଭର ବ୍ରିଜର ହେବ ଉଦଘାଟନ

By

Published : Jun 19, 2022, 12:33 PM IST

ଗାନ୍ଧୀନଗର:ଦେଶର ପ୍ରଥମ ତ୍ରିସ୍ତରୀୟ ଫ୍ଲାଏ ଓଭର ବ୍ରିଜ ଏବଂ ରେଲୱେ ଓଭର ବ୍ରିଜର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଆଜି ଆନୁଷ୍ଠାନିକ ଭାବେ ଏହାର ଉଦଘାଟନ କରାଯିବ । 133 କୋଟି ବ୍ୟୟ ଅଟକଳରେ ଏହି ବୃହତ୍ତମ ବ୍ରିଜ ନିର୍ମାଣ କରାଯାଇଛି । ଗୁଜୁରାଟ ରାଜ୍ୟ ବିଜେପି ସଭାପତି ସିଆର ପାଟିଲ, ନଗର ଉନ୍ନୟନ ମନ୍ତ୍ରୀ ଏବଂ କ୍ୟାବିନେଟ ମନ୍ତ୍ରୀ ଏହି ତ୍ରିସ୍ତରୀୟ ବ୍ରିଜର ଉଦଘାଟନ କରିବେ। ବହୁମୁଖୀ ବ୍ରିଜକୁ ଅତିକ୍ରମ କରୁଥିବା ସାହାରା ଗେଟର କାର୍ଯ୍ୟ ଶେଷ ହୋଇଛି ।

ଏଥିସହ ନୂତନ ଭାବେ ନିର୍ମାଣ ହୋଇଥିବା ରିଙ୍ଗ ରୋଡ ବ୍ରିଜର ମଧ୍ୟ ଆଜି ଉଦଘାଟନ ହେବ । ଏହାଦ୍ବାରା 1 କୋଟି 5 ଲକ୍ଷ ଲୋକ ଲାଭକୃତ ହେବେ । ଟ୍ରାଫିକ ଗହଳିରୁ ମୁକ୍ତ ହେବାସହ ନୂତନ ବମ୍ବେ ମାର୍କେଟ ପରିସରରେ ଜନଗହଳି ମୁକ୍ତ ହୋଇପାରିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details