ଓଡିଶା

odisha

କୋଲକାତାରେ ସମଲିଙ୍ଗୀ ବିବାହ: ପ୍ରସିଦ୍ଧ ପୋଷାକ ଡିଜାଇନର୍ ଅଭିଷେକ ରୟଙ୍କ ଜୀବନ ସାଥି ହେଲେ ଚୈତନ୍ୟ ଶର୍ମା

By

Published : Jul 4, 2022, 11:02 PM IST

ଧୁମଧାମରେ ସରିଲା ସମଲିଙ୍ଗୀ ବିବାହ । ରୀତିନୀତି ଅନୁସାରେ ପଡ଼ିଲା ହାତଗଣ୍ଠି । ଅଧିକ ପଢ଼ନ୍ତୁ

କୋଲକାତାରେ ସମଲିଙ୍ଗୀ ବିବାହ : ପ୍ରସିଦ୍ଧ ପୋଷାକ ଡିଜାଇନର୍ ଅଭିଷେକ ରୟଙ୍କ ଜୀବନ ସାଥି ଚୈତନ୍ୟ ଶର୍ମା
କୋଲକାତାରେ ସମଲିଙ୍ଗୀ ବିବାହ : ପ୍ରସିଦ୍ଧ ପୋଷାକ ଡିଜାଇନର୍ ଅଭିଷେକ ରୟଙ୍କ ଜୀବନ ସାଥି ଚୈତନ୍ୟ ଶର୍ମା

କୋଲକାତା: ପ୍ରସିଦ୍ଧ ପୋଷାକ ଡିଜାଇନର୍ ଅଭିଷେକ ରୟ ତାଙ୍କର ଦୀର୍ଘ ବର୍ଷର ସାଥୀ ଚୈତନ୍ୟ ଶର୍ମାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ କୋଲକତା ସହରରେ ଏହା ପ୍ରଥମ ସମଲିଙ୍ଗୀ ବିବାହ । ଉଭୟ ଉପଯୁକ୍ତ ବଙ୍ଗଳା ରୀତିନୀତି ସହିତ ବାହା ହୋଇଛନ୍ତି । କେନ୍ଦ୍ରୀୟ କୋଲକାତା ହୋଟେଲରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା ।

ରବିବାର ଦିନ ଅଭିଷେକ ଏବଂ ଚୈତନ୍ୟଙ୍କ ଏହି ସମଲିଙ୍ଗୀ ବିବାହ ବହୁ ଧୁମଧାମରେ ହୋଇଥିଲା । ତେବେ ଉଭୟଙ୍କ ବିବାହରେ ନିକଟବର୍ତ୍ତୀ ଲୋକେ, ବନ୍ଧୁବାନ୍ଧବ, ସାଙ୍ଗସାଥି ଯୋଗଦେଇ ଶୁଭେଚ୍ଛା ଜଣାଇଥିଲେ । ଚୈତନ୍ୟ ଜଣେ ଡିଜିଟାଲ ମାର୍କେଟିଙ୍ଗ ମ୍ୟାନେଜର । ସେ ଗୁରୁଗ୍ରାମର ବାସିନ୍ଦା ଅଟନ୍ତି । ଅଭିଷେକଙ୍କ ବିବାହରେ ଜଣାଶୁଣା ମେକ୍ ଇନ୍ କଳାକାର ଅନିରୁଦ୍ଧ ଚକ୍ଲଦାର ମଧ୍ୟ ଉପସ୍ଥିତ ଥିଲେ।

ସମଲିଙ୍ଗୀ ବିବାହ ଭାରତରେ ଆଇନଗତ ନୁହେଁ । ସେମାନେ ଆଶା କରୁଛନ୍ତି ଯେ ସେମାନଙ୍କ ବିବାହ ଅନ୍ୟ ସମଲିଙ୍ଗୀ ଦମ୍ପତିଙ୍କୁ ମଧ୍ୟ ସାହସ ଦେବ । କିମ୍ବଦନ୍ତୀ ନୃତ୍ୟଶିଳ୍ପୀ ତନୁଶ୍ରୀ ଶଙ୍କର ମଧ୍ୟ ତାଙ୍କ ଝିଅ ଶ୍ରୀନନ୍ଦ ଶଙ୍କରଙ୍କ ସହ ବିବାହ ଉତ୍ସବରେ ଉପସ୍ଥିତ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details