ଓଡିଶା

odisha

ETV Bharat / bharat

କୋରୋନାର ଗମ୍ଭୀର ଲକ୍ଷଣ, ମଳଦ୍ବାରରୁ ହେଉଛି ରକ୍ତସ୍ରାବ - Cytomegalovirus

କୋରୋନା ଆକ୍ରାନ୍ତଙ୍କ ଠାରେ ସାଇଟୋମେଗାଲୋଭାଇରସ (Cytomegalovirus-CVM) ଅର୍ଥାତ ମଳରେ ରକ୍ତ ପଡିବା ଲକ୍ଷଣ ସାମ୍ନାକୁ ଆସିଛି । ବର୍ତ୍ତମାନ ସୁଦ୍ଧା ସାଇଟୋମେଗାଲୋଭାଇରସ 5ଟି ମାମଲା ଚିହ୍ନଟ ହୋଇଛି । ଅଧିକ ପଢନ୍ତୁ...

କୋରୋନାର ଗମ୍ଭୀର ଲକ୍ଷଣ, ମଳଦ୍ବାରରୁ ହେଉଛି ରକ୍ତସ୍ରାବ
କୋରୋନାର ଗମ୍ଭୀର ଲକ୍ଷଣ, ମଳଦ୍ବାରରୁ ହେଉଛି ରକ୍ତସ୍ରାବ

By

Published : Jun 29, 2021, 7:27 PM IST

ନୂଆଦିଲ୍ଲୀ: ସମୟ ସହିତ କୋରୋନା ଭାଇରସ ଯେତେ ନିଜର ରୂପ ବଦଳାଉଛି, ମହାମାରୀକୁ ନେଇ ସେତେ ନୂଆ ଲକ୍ଷଣ ମଧ୍ୟ ସାମ୍ନାକୁ ଆସୁଛି । ଏବେ କୋରୋନା ରୋଗୀଙ୍କ ଠାରେ ଭୟଙ୍କର ଲକ୍ଷଣ ଦେଖିବାକୁ ମିଳିଛି ।

କୋରୋନା ଆକ୍ରାନ୍ତଙ୍କ ଠାରେ ସାଇଟୋମେଗାଲୋଭାଇରସ (Cytomegalovirus-CVM) ଅର୍ଥାତ ମଳରେ ରକ୍ତ ପଡିବା ଲକ୍ଷଣ ସାମ୍ନାକୁ ଆସିଛି । ବର୍ତ୍ତମାନ ସୁଦ୍ଧା ସାଇଟୋମେଗାଲୋଭାଇରସ 5ଟି ମାମଲା ଚିହ୍ନଟ ହୋଇଛି ।

ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲର ଇନଷ୍ଟିଚ୍ୟୁଟ ଅଫ ଲିଭର ଗ୍ୟାଷ୍ଟ୍ରୋଏଣଟ୍ରୋଲୋଜୀ ଆଣ୍ଡ ପାନକ୍ରିୟାଟି କୋବେଲେରୀ ସାଇନ୍ସ ଅନୁଯାୟୀ ଗତ 45 ଦିନରେ 5 ରୋଗୀ ପେଟଯନ୍ତ୍ରଣା ଓ ମଳରେ ରକ୍ତ ପଡିବା ସମସ୍ୟା ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହି ଲକ୍ଷଣ ରୋଗୀଙ୍କ ଠାରେ କୋରୋନା ସଂକ୍ରମଣର 20ରୁ 30 ଦିନ ପରେ ଦେଖିବାକୁ ମିଳିଛି ।

ଡାକ୍ତରଙ୍କ ଅନୁଯାୟୀ କୋଭିଡ ସଂକ୍ରମଣ ଏବଂ ଏହାର ଚିକିତ୍ସାରେ ବ୍ୟବହୃତ ଔଷଧ, ବିଶେଷତଃ ଷ୍ଟେରଏଡ, ରୋଗୀର ରୋଗ ପ୍ରତିରୋଧକ କ୍ଷମତାକୁ ହ୍ରାସ କରିଥାଏ । ରୋଗୀଙ୍କୁ ଅସାଧାରଣ ସଂକ୍ରମଣରେ ସଂକ୍ରମିତ କରିଥାଏ । ଏହିପରି ସଂକ୍ରମଣ ମଧ୍ୟରୁ ଗୋଟିଏ ହେଉଛି ସାଇଟୋମେଗାଲୋ ଭାଇରସ ।

ABOUT THE AUTHOR

...view details