ଲକ୍ଷ୍ନୌ: 22 ତାରିଖରେ ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଆଜି ସାମ୍ନାକୁ ଆସିଛି ମନ୍ଦିରର ମୁଖ୍ୟଦ୍ବାର ବା ସିଂହଦ୍ବାରର ପ୍ରଥମ ଝଲକ । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଷ୍ଟ୍ରଷ୍ଟ ଏହି ଫଟୋ ସେୟାର କରିଛି । ମନ୍ଦିରରେ ମୁଖ୍ୟଦ୍ବାରରେ ପଥର ନିର୍ମିତ ଦୁଇଟି ବିଶାଳ ସିଂହ ଓ ଦୁଇଟି ହସ୍ତୀ ମୂର୍ତ୍ତି ସ୍ଥାନ ପାଇଛନ୍ତି । ପୂର୍ବ ଦିଗରେ ଏହି ମୁଖ୍ୟଦ୍ବାରରେ ମୋଟ 32ଟି ପାହାଚ ରହିଛି । ତେବେ ମିଳିଥିବା ସୂଚନା ଅନୁସାରେ, ଏହି ସିଂହଦ୍ବାରରୁ ହିଁ ପ୍ରତିଷ୍ଠା ଉତ୍ସବ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ସମ୍ବୋଧିତ କରିବେ ।
ନାଗରା ଶୈଳୀରେ ନିର୍ମିତ ମନ୍ଦିର:-
ଏହି ଭବ୍ୟ ମନ୍ଦିରର ନିର୍ମାଣ ଅନ୍ୟତମ ପ୍ରମୁଖ ଭାରତୀୟ ସ୍ଥାପତ୍ୟ କଳା ‘ନାଗରା’ ଶୈଳୀରେ ନିର୍ମିତ କରାଯାଇଛି । ଯାହା ବିଶେଷ ଭାବେ ଉତ୍ତର ଭାରତରେ ଦେଖିବାକୁ ମିଳେ । ଏହି ଭବ୍ୟ ମନ୍ଦିରର ଦୈର୍ଘ୍ୟ 380 ଫୁଟ ଥିବା ବେଳେ ପ୍ରସ୍ଥ 250 ଫୁଟ ରହିଛି । ସେହିପରି ମୁଖ୍ୟ ମନ୍ଦିରର ଉଚ୍ଚତା 161 ଫୁଟ ରହିବ । ମନ୍ଦିରର ଶିଖର ବା ଶୀର୍ଷରେ ଏକ କଳସ ସ୍ଥାପନ କରାଯିବ । ଏହାର ଚୂଡାରେ ଏକ ବିଶାଳ ଧ୍ବଜା ମଧ୍ୟ ଉଡିବ । ଯାହା ପ୍ରାୟତଃ ସମସ୍ତ ହିନ୍ଦୁ ମନ୍ଦିରରେ ଦେଖିବାକୁ ମିଳେ । ଏହି ମନ୍ଦିରର ଅନ୍ୟତମ ବିଶେଷତା ହେବ ଏହାର ମୁଖ୍ୟମନ୍ଦିର ପ୍ରରିକ୍ରମା କରିଡର । ମୁଖ୍ୟ ମନ୍ଦିର ଚାରିପଟେ ଏକ ବହୁମହଲା ବିଶିଷ୍ଟ କରିଡର ମଧ୍ୟ ରହିବ । ଯାହା ଫଳରେ ଶ୍ରଦ୍ଧାଳୁମାନେ ଏହାକୁ ପରିକ୍ରମା କରିବା ସହ ପ୍ରସ୍ଥାନ କରିବେ । ମନ୍ଦିରର କାନ୍ଥ ଓ ଆଭ୍ୟନ୍ତରୀଣ ସ୍ଥାନରେ ଭାରତୀୟ ପୌରଣିକ କଥାବସ୍ତୁମାନ ଖୋଦିତ ହୋଇଛି ।
କିପରି ରହିଛି ମନ୍ଦିର ଭବ୍ୟତା :-