ନୂଆଦିଲ୍ଲୀ:କୋରୋନାକୁ ମାତ ଦେବା ପାଇଁ ବିଶ୍ବର ପ୍ରଥମ ନାଜାଲ ଭ୍ୟାକ୍ସିନ ଭାବେ ଭାରତ ବାୟୋଟେକରେ ପ୍ରସ୍ତୁତ ଇନକୋଭାକକୁ ବ୍ୟବହାର ଅନୁମତି ମିଳିସାରିଛି । ଏହି ଟିକାକୁ ଏବେ ଲୋକଙ୍କୁ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆସନ୍ତା ଜାନୁଆରୀ 26 ତାରିଖରୁ ଲୋକଙ୍କୁ ନାଜାଲ ଭ୍ୟାକ୍ସିନ ଦିଆଯିବ ।
ଏନେଇ ଭାରତ ବାୟୋଟେକ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ କୃଷ୍ଣା ଏଲ୍ଲା ସୂଚନା ଦେଇଛନ୍ତି । ଭୋପାଳରେ ଆୟୋଜିତ ସାଇନ୍ସ ଫେଷ୍ଟିଭାଲରେ ଛାତ୍ରଙ୍କ ସହ ଆଲୋଚନା କରିବା ସମୟରେ ଭାରତ ବାୟୋଟେକ ପରିଚାଳନା ନିର୍ଦ୍ଦେଶକ ଏହି ସୂଚନା ଦେଇଛନ୍ତି । ଏହା ସହିତ ତ୍ବଚା ସମସ୍ୟା ପାଇଁ ଘରୋଇ ଟିକା, ଗାଈଗୋରୁଙ୍କ ଠାରେ ହେଉଥିବା ଲମ୍ପି ରୋଗ ପାଇଁ ଲମ୍ପି-ପ୍ରୋବାଇଡ ଆସନ୍ତା ମାସରେ ଉପଲବ୍ଧ ହେବାର ସମ୍ଭାବନା ଥିବା କହିଛନ୍ତି ।
ମୌଲାନା ଆଜାଦ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରେ ଆୟୋଜିତ ଆଇଆଇଏସଏଫର ଫେସ-ଟୁ-ଫେସ ନ୍ୟୁ ଫ୍ରଟିୟକ୍ସ ଇନ ବିଜ୍ଞାନ ମହୋତ୍ସବରେ କୃଷ୍ଣା ଏଲ୍ଲା ଅଂଶ ଗ୍ରହଣ କରିଥିଲେ । ଏହି ଅସବସରରେ ସେ କହିଛନ୍ତି,'' ଆମ କମ୍ପାନୀ ଦ୍ବାରା ନିର୍ମିତ କୋରୋନାର ମୁକାବିଲା କରିବାକୁ ଏକ ଅସ୍ତ୍ର ତଥା ବିଶ୍ବର ପ୍ରଥମ ନାଜାଲ୍ ଭ୍ୟାକ୍ସିନ ବିଧିବଦ୍ଧ ଭାବେ ଜାନୁଆରୀ 26 ତଥା ଗଣତନ୍ତ୍ର ଦିବସଠୁ ଲୋକଙ୍କୁ ଦିଆଯିବ ।''