ଚଣ୍ଡିଗଡ଼:ପଞ୍ଜାବରେ ଜଣେ ବୟସ୍କ ବ୍ୟକ୍ତି ୬୮ ବର୍ଷ ବୟସରେ ପଢିଲେ ଆଇନ ପାଠ । ସରକାରୀ ଚାକିରି ସତ୍ତ୍ବେ ନିଜ କେସ ଲଢିବା ପାଇଁ ସେ ୬୮ ବର୍ଷରେ ପଢିଛନ୍ତି ଆଇନ ପାଠ (Elderly man studied law at the age of 68) । ନ୍ୟାୟ ପାଇବା ଲାଗି ପ୍ରତ୍ୟେକ ବ୍ୟକ୍ତି ଆଇନ ସମ୍ବନ୍ଧୀୟ ଜ୍ଞାନ ଆହରଣ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।
ପଞ୍ଜାବ ଭଟିଣ୍ଡା ଅଧିବାସୀ ପ୍ରଶୋତମ ବଂଶଲ ଏନଏଫଏଲ (National Fertilizers Limited)ରେ ସରକାରୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ୨୦୧୬ରେ କାର୍ଯ୍ୟରୁ ଅବସର ନେଇଥିଲେ । ମାତ୍ର ନିଜର କୌଣସି କେସ୍ରେ ସେ ନ୍ୟାୟ ପାଇବା ଲାଗି ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏହାସହିତ ଆଇନ ପାଠର ଜ୍ଞାନ ନଥିବାରୁ ସେ ଅନେକ ଅସୁବିଧା ଭୋଗିଥିଲେ । ଏହା ତାଙ୍କୁ ଆଇନ ପଢିବା ପାଇଁ ପ୍ରୋତ୍ସାହିତ କରିଥିଲା । ଏହାପରେ ସେ ୨୦୧୯ ମସିହାରୁ ପଟିଆଲା ୟୁନିଭର୍ସିଟିରେ ଆଇନ ପାଠ ପଢିବା ଆରମ୍ଭ କରିଥିଲେ (He studied law from the regular Patiala University) ।