ଜୟପୁର:ଭାରତ ଅଧକ୍ଷତାରେ ପ୍ରଥମ ଜି-20 ଶେରପା ବୈଠକ ଅନୁଷ୍ଠିତ ହୋଇଛି । ରାଜସ୍ଥାନର ଉଦୟପୁରର ଦୁର୍ବାର ହଲରେ ଆରମ୍ଭ ହୋଇଛି ଏହି ବୈଠକ । ଡିସେମ୍ବର 7ଯାଏ ଏହା 4ଦିନ ଧରି ଚାଲିବ । ମିଳିଥିବା ସୂଚନା ଅନୁସାରେ ଜି-20 ଶେରପା ଅମିତାଭ କାନ୍ତ ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଆଗାମୀ ଜି-20 ବୈଠକ ଗୁ଼ଡିକରେ କିଭଳି ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ସେ ନେଇ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି ।
ମିଳିଥିବା ସୂଚନା ଅନୁସାରେ, ଭାରତର ଜି-20 ଶେରପା ଭାବେ ଅମିତାଭ କାନ୍ତି ଅତିଥିମାନଙ୍କୁ ସ୍ବାଗତ କରିଥିଲେ । ସେ କହିଛନ୍ତି, ''ରାଜସ୍ଥାନ ଅତିଥେୟତା ଏବଂ ଐତିହାସିକ ବୈଭବ ଦୃଷ୍ଟିରୁ ବେଶ ପରିଚିତ । 'ଅତିଥି ଦେବୋ ଭବଃ' ପରମ୍ପରା ପ୍ରଦର୍ଶନ ନିମନ୍ତେ ଜି-20 ବୈଠକ ଆରମ୍ଭ ହେବା ଏକ ସଙ୍କେତ ।'' ଅମିତାଭ କାନ୍ତ ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଅର୍ଥ ମନ୍ତ୍ରଣାଳୟର ଅର୍ଥନୀତି ବିଭାଗର ସଚିବ ଅଜୟ ଭାଇ ସେଠଙ୍କ ଦ୍ୱାରା ଏକ ଉପସ୍ଥାପନା କରାଯାଇଛି । ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଯେପରି ବୈଷୟିକ ପରିବର୍ତ୍ତନ, ସବୁଜ ବିକାଶ ଏବଂ ଜୀବନ, ମହିଳା ନେତୃତ୍ୱାଧୀନ ବିକାଶକୁ ଆଲୋକିତ କରିବା, SDG ଗୁଡ଼ିକର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା ଏବଂ ଅନ୍ତର୍ଭୁକ୍ତ ତଥା ସ୍ଥିର ଅଭିବୃଦ୍ଧି ପାଇଁ ପ୍ରତିନିଧୀମାନେ ଅଲୋଚନା କରିବେ ।
ପ୍ରତିନିଧୀମାନେ ଜଗ ମଣ୍ଡି ପ୍ରାସାଦରେ ରାତ୍ରୀ ଭୋଜନ କରିବେ । ଯେଉଁଠାରେ 'ରାଜସ୍ଥାନର ରଙ୍ଗ' (Colors of Rajasthan) ଉପରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ । ମଙ୍ଗଳବାର ଦିନ ଶେରପା ବୈଠକର ଦ୍ୱିତୀୟ ଦିନରେ ଉଦୟପୁର ସିଟି ପ୍ୟାଲେସର ମନକ ଚୌକ୍ ଠାରେ ଭାରତର ବିଭିନ୍ନ କଳା ରୂପ ପ୍ରଦର୍ଶନ କରୁଥିବା ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।