ଓଡିଶା

odisha

ETV Bharat / bharat

ଲିଫ୍ଟରେ ପିଲାକୁ କାମୁଡି ଦେଲା କୁକୁର, ୧୦ ହଜାର ଫାଇନ ଗଣିବେ ମାଲିକ

ଲିଫ୍ଟରେ ପିଲାକୁ କାମୁଡି ଦେଲା କୁକୁର । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ନେଇଛି ନୋଏଡା ପ୍ରାଧିକରଣ ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ

ଲିଫ୍ଟରେ ପିଲାକୁ କାମୁଡି ଦେଲା କୁକୁର, ଫାଇନ ଗଣିବେ ମାଲିକ
ଲିଫ୍ଟରେ ପିଲାକୁ କାମୁଡି ଦେଲା କୁକୁର, ଫାଇନ ଗଣିବେ ମାଲିକ

By

Published : Nov 18, 2022, 2:48 PM IST

ନୂଆଦିଲ୍ଲୀ: ଗ୍ରେଟର ନୋଏଡାର ବିସରଖ ଥାନା ଅଞ୍ଚଳରେ ଏକ ଲିଫ୍ଟରେ ପିଲାକୁ କୁକୁର କାମୁଡି ଦେଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି । ଏହି ଘଟଣା ପରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଥିଲା । ନୋଏଡା ପ୍ରାଧିକରଣ ସ୍ବାସ୍ଥ୍ୟ ବିଭାଗ ତଦନ୍ତ କରି କୁକୁର ମାଲିକକୁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । କୁକୁର ମାଲିକ କାର୍ତ୍ତିକ ଗାନ୍ଧୀଙ୍କୁ ୧୦ ହଜାର ଟଙ୍କା ତଣ୍ଡ ଗଣିବାକୁ ନିର୍ଦ୍ଦେଶ ହୋଇଛି । ୭ ଦିନ ଭିତରେ ଟଙ୍କା ପୈଠ କରିବାକୁ କହିଛି ନୋଏଡା ପ୍ରାଧିକରଣ । କୁକୁର ଆକ୍ରମଣ ପଲିସି ଲାଗୁ ହେବା ପରେ ଏହା ପ୍ରଥମ ଘଟଣା ।

ଗ୍ରେଟର ନୋଏଡାରେ କୁକୁର ଲୋକଙ୍କ କାମୁଡିବା ଘଟଣା ନିତି ଦିନିଆ ହୋଇ ଗଲାଣି । ଏହି ପରି ଅନେକ ବିଗତ ଦିନରେ ଘଟଣା ଦେଖିବାକୁ ମିଳୁଛି । ଯେଉଁଥିରେ ପୋଷା କୁକୁର ସୋସାଇଟିର ଅନ୍ୟ ଲୋକଙ୍କୁ ଉପରକୁ ଆକ୍ରମଣ କରୁଛି । ଫଳରେ ଲୋକ ଗୁରୁତର ଆହତ ହୋଉଛନ୍ତି । ତେଣୁ କୁକୁର ପାଳିବା ନେଇ କଟକଣା ଲାଗୁ ହୋଇଛି । କୌଣସି ବ୍ୟକ୍ତିଙ୍କ ପୋଷା କୁକୁର କାହାକୁ ଆକ୍ରମଣ କଲେ ତାଙ୍କୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡିବ । ସେହି ଅନୁସାରେ ଲିପ୍ଟରେ ପିଲାଟିକୁ କୁକୁର କାମୁଡିଥିବାକୁ ମାଲିକଙ୍କ ଉପରେ ୧୦ ହଜାର ଟଙ୍କାର ଫାଇନ ଲାଗୁ ହୋଇଛି ।

ଏହା ମଧ୍ୟ ପଢନ୍ତୁ...ରହସ୍ୟମୟ ଅଗ୍ନିକାଣ୍ଡ, ଚନ୍ଦ୍ରଗ୍ରହଣ ପରଠୁ ଚାହୁଁ ଚାହୁଁ ଘରେ ଲାଗିଯାଉଛି ନିଆଁ

ଦେଶରେ ଲୋକଙ୍କୁ କୁକୁର ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । କିଛି ଦିନ ତଳେ ଜଣେ ଶିଶୁକୁ କୁକୁର ଝୁଣି ଖାଇଥିବା ଖବର ସାମ୍ନାକୁ ଆସିଥିଲା । ହରିୟାଣାର ଗୁରୁଗ୍ରାମରେ କୁକୁର କାମୁଡ଼ାରେ ଶିକାର ହୋଇଥିବା ଜଣେ ମହିଳାଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୁହାଯାଇଥିଲା । ଅକ୍ଟୋବରରେ ଲକ୍ଷ୍ନୌରେ ଜଣେ ବୃଦ୍ଧାଙ୍କୁ ନିର୍ମନ ଭାବରେ କୁକୁର ଆକ୍ରମଣ କରିଥିଲା ।

ABOUT THE AUTHOR

...view details