ନୂଆଦିଲ୍ଲୀ: ଶେଷ ହେଲା ପ୍ରତିକ୍ଷାର ଅନ୍ତ । କୋରୋନାକୁ ପ୍ରତିହିତ କରିବା ପାଇଁ ଦିଲ୍ଲୀରେ ପହଞ୍ଚିଲା କୋରୋନା ଟୀକା । ଦେଶର ପ୍ରଥମ ସହରରେ ପହଞ୍ଚିଛି କୋଭିଶିଲ୍ଡ । ଆଜି ଭୋର 5ଟାରୁ ପୁନେରୁ ଦିଲ୍ଲୀ ପଠାଯାଇଥିଲା । ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ 456 ବକ୍ସ କୁ 13ଟି ସ୍ଥାନକୁ ବିତରଣ କରାଯାଇଛି । ପ୍ରଥମ ସହରର ଭାବେ ଦିଲ୍ଲୀରେ ପୂର୍ବାହ୍ନ 10 ଟାରେ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଛି । ଏହି ଭ୍ୟାକସିନକୁ କୋଲ୍ଡ ଷ୍ଟୋରରେ ରଖାଯିବ । ଟୀକାକରଣ ସମୟରେ ଏହାକୁ କେନ୍ଦ୍ରକୁ ପଠାଯିବ ।
ଦିଲ୍ଲୀ ସମେତ ଅହମ୍ମଦାବାଦ, କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁ, କର୍ଣ୍ଣଲ, ହାଇଦ୍ରାବାଦ, ବିଜୟୱାଡା, ଗୌହ୍ବାଟୀ, ଲକ୍ଷ୍ନୌ, ଚଣ୍ଡୀଗଡ ଏବଂ ଭୁବନେଶ୍ବରକୁ ପରିବହନ କରାଯାଇଛି । ଏଥିପାଇଁ 8 ବିମାନ,2 ଟି କାର୍ଗୋ ବିମାନ ଦ୍ବାରା ଟୀକା ପଠାଯାଇଛି ।