ଓଡିଶା

odisha

ETV Bharat / bharat

Corona Virus BF.7 Variant: ଓଡିଶାରେ ଓମିକ୍ରନ ସବଭ୍ୟାରିଏଣ୍ଟ ଚିହ୍ନଟ - detected in Odisha and Gujurat

ମହାମାରୀ କୋଭିଡ ଓମିକ୍ରନ BF 7 ସବଭ୍ୟାରିଏଣ୍ଟ (Omicron subvariant BF.7) ଓଡିଶାରେ ଚିହ୍ନଟ । ଏନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବାରେ ପୁଣି ଥରେ କୋଭିଡକୁ ନେଇ ସୃଷ୍ଟି ହୋଇଛି ଆଶଙ୍କା । ନୂଆବର୍ଷ ଆରମ୍ଭ ପୂର୍ବରୁ ଦେଶରେ ମହାମାରୀ କରୋନାର ପ୍ରଭାବ ଆଶଙ୍କା ବଢିବାର ଲାଗିଛି । ଅଧିକ ପଢନ୍ତୁ

Corona Virus BF.7 Variant
Corona Virus BF.7 Variant

By

Published : Dec 21, 2022, 5:56 PM IST

Updated : Dec 21, 2022, 8:23 PM IST

ନୂଆଦିଲ୍ଲୀ/ଭୁବନେଶ୍ବର: ମହାମାରୀ କୋଭିଡ ଓମିକ୍ରନ BF.7 ସବଭ୍ୟାରିଏଣ୍ଟ (Omicron subvariant BF.7) ଓଡିଶାରେ ଚିହ୍ନଟ । ଏନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବାରେ ପୁଣି ଥରେ କୋଭିଡକୁ ନେଇ ସୃଷ୍ଟି ହୋଇଛି ଆଶଙ୍କା । ନୂଆବର୍ଷ ଆରମ୍ଭ ପୂର୍ବରୁ ଦେଶରେ ମହାମାରୀ କରୋନାର ପ୍ରଭାବ ଆଶଙ୍କା ବଢିବାର ଲାଗିଛି ।

ଜାତୀୟ ଗଣମାଧ୍ୟମରେ ରିପୋର୍ଟ ଅନୁସାରେ ଓମିକ୍ରନ BF.7 ସବଭ୍ୟାରିଏଣ୍ଟ ସଂକ୍ରମିତ ଦେଶରେ ଚିହ୍ନଟ ହୋଇଛି । ଯେଉଁଥିରେ ଓଡିଶାର ଜଣେ ଥିବାବେଳେ ଗୁଜୁରାଟର 2 ଜଣ ଅଛନ୍ତି । ଏହି ନୂଆ ଭ୍ୟାରିଏଣ୍ଟ ଗତ ଅକ୍ଟୋବରରେ ଚିହ୍ନଟ ହୋଇଛି । ସଂପ୍ରତି BF.7 ସବଭ୍ୟାରିଏଣ୍ଟ ଚୀନରେ ଆତଙ୍କ ସୃଷ୍ଟି କରିଛି ।

ସ୍ବାସ୍ଥ୍ଯମନ୍ତ୍ରଣାଳୟର ସୂଚନା ଅନୁସାରେ ଗୁଜୁରାଟର ଅହମ୍ମଦାବାଦରେ ଜଣେ ସଂକ୍ରମିତ ଓ ବଡୋଦରାରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ଓମିକ୍ରନର ଦୁଇ ସବଭ୍ୟାରିଏଣ୍ଟ BA.5.2 ଠାରୁ BF.7 ଅଧିକ ମାରାତ୍ମକ । ଗୁଜୁରାଟ ଜୀବ ବିଜ୍ଞାନ ସଂସ୍ଥାନ ଦ୍ବାରା ଗତ ଅକ୍ଚୋବରରେ ଦେଶର ପ୍ରଥମ BF.7 ସଂକ୍ରମିତ ଚିହ୍ନଟ ହୋଇଥିଲେ । ଉଭୟ ବର୍ତ୍ତମାନ ସୁସ୍ଥ ହୋଇସାରିଛନ୍ତି। ସେହିପରି ଓଡିଶାରେ ମଧ୍ୟ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ମନ୍ତ୍ରଣାଳୟର ଅଧିକାରୀ କହିଛନ୍ତି ।

ତେବେ ଓଡିଶା ସଂକ୍ରମିତଙ୍କ ସମ୍ପର୍କରେ ଅଧିକ ତଥ୍ୟ ଦେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ କହିଛି, "ଓମିକ୍ରନ BF.7 କୋଭିଡ ସବ-ଭାରିଆଣ୍ଟ ଓଡିଶାରେ 30 ସେପ୍ଟେମ୍ବର 2022 ରେ ଚିହ୍ନଟ ହୋଇଥିଲା। ସଂକ୍ରମିତ ଖୋର୍ଦ୍ଧା ଜିଲ୍ଲାର ଜଣେ ମହିଳା । ତାଙ୍କର ନମୁନା RMRCରେ ଜିନୋମ ସିକ୍ୟୁନ୍ସିଂ କରାଯାଇଥିଲା । ଏହାଏକ VOC (Variant of Concern) କିମ୍ବା VOI (Variant of Interest) ନୁହେଁ ବୋଲି କହିଛି ସ୍ବାସ୍ଥ୍ୟ ବିଭାଗ । ଏହାପରେ ଗତ 3 ମାସ ମଧ୍ୟରେ, ଓଡିଶାରେ BF.7ର ଅନ୍ୟ କୌଣସି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି । ସଂକ୍ରମିତ ମହିଳା ସଂକ୍ରମିତ ସମୟରେ ଅସ୍ବାଭାବିକ ଥିଲେ । ସେ ଆମେରିକା ଗସ୍ତ ପାଇଁ ପରୀକ୍ଷା କରିଥିଲେ । ଗତ ଅକ୍ଟୋବରରୁ ସେ ଏବଂ ତାଙ୍କ ପରିବାର ଆମେରିକାରେ ଅଛନ୍ତି ବୋଲି କହିଛି ବିଭାଗ ।"

Last Updated : Dec 21, 2022, 8:23 PM IST

ABOUT THE AUTHOR

...view details