ଓଡିଶା

odisha

ETV Bharat / bharat

ଭଦୋଦରାରେ ଅବତରଣ କଲା ପ୍ରଥମ C-295 ବିମାନ, ସ୍ପେନ ସହ ଚୁକ୍ତି କରିଥିଲା ବାୟୁସେନା - ଭଦୋଦରାରେ ପହଞ୍ଚିଲା C 295 ବିମାନ

ଭଦୋଦରାରେ ଅବତରଣ କଲା ପ୍ରଥମ C-295 ବିମାନ । 13 ତାରିଖରେ ସ୍ପେନରେ ପ୍ରଥମ ବିମାନ ଗ୍ରହଣ କରିଥିଲେ ବାୟୁସେନା ମୁଖ୍ୟ ମାର୍ଶଲ ବି.ଆର ଚୌଧୁରୀ । ଅଧିକ ପଢନ୍ତୁ

ଭଦୋଦରାରେ ଅବତରଣ କଲା ପ୍ରଥମ C-295 ବିମାନ, ବାୟୁସେନା ପାଇଁ ସ୍ପେନ ସହ ହୋଇଥିଲା ଚୁକ୍ତି
ଭଦୋଦରାରେ ଅବତରଣ କଲା ପ୍ରଥମ C-295 ବିମାନ, ବାୟୁସେନା ପାଇଁ ସ୍ପେନ ସହ ହୋଇଥିଲା ଚୁକ୍ତି

By ETV Bharat Odisha Team

Published : Sep 20, 2023, 9:45 PM IST

ନୂଆଦିଲ୍ଲୀ:ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା । ଭଦୋଦରାରେ ଅବତରଣ କଲା ପ୍ରଥମ C-295 ବିମାନ । 13 ତାରିଖରେ ସ୍ପେନର ଏୟାରବସ କମ୍ପାନୀ ପୂର୍ବ ଚୁକ୍ତି ଅନୁସାରେ କମ୍ପାନୀ ନିର୍ମିତ ମିଡିୟମ ଲିଫ୍ଟ ଟେକ୍ଟିକାଲ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ C-295 ବର୍ଗର ଗୋଟିଏ ବିମାନକୁ ଭାରତୀୟ ବାୟୁସେନାକୁ ହସ୍ତାନ୍ତର କରାଯାଇଥିଲା । ସ୍ପେନ କର୍ତ୍ତୃପକ୍ଷଙ୍କ ଠାରୁ ଏହାକୁ ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶଲ ବି.ଆର ଚୌଧୁରୀ ଗ୍ରହଣ କରିଥିଲେ । ଆଜି ପ୍ରଥମ ବିମାନ ଭାରତ ମାଟିରେ ଅବତରଣ କରିଛି । ଗୁଜୁରାଟର ଭଦୋଦରା ଏୟାର ଫୋର୍ସ ବେସରେ ପ୍ରଥମ ବିମାନ ଲ୍ୟାଣ୍ଡିଂ କରିଛି । ତେବେ ଆସନ୍ତା କିଛି ଦିନ ମଧ୍ୟରେ ନୂଆଦିଲ୍ଲୀ ଉପକଣ୍ଠ ହିଣ୍ଡନ ଏୟାର ବେସରେ ଏକ ସ୍ବତନ୍ତ୍ର ଉତ୍ସବରେ ଏହି ବିମାନକୁ ବାୟୁସେନାରେ ବିଧିବଦ୍ଧ ଭାବେ ସାମିଲ କରାଯିବ ।

ଚଳିତ 13 ତାରିଖରେ ସ୍ପେନରେ ବାୟୁସେନା ମୁଖ୍ୟ ଏକ କାର୍ଯ୍ୟକ୍ରମରେ ଏହି ଚୁକ୍ତି ଅନୁସାରେ ପ୍ରଥମ ବିମାନ ଗ୍ରହଣ କରିଥିଲେ । ଦୁଇ ବର୍ଷ ପୂର୍ବେ ଭାରତ-ସ୍ପେନ ମଧ୍ୟରେ ଏହି ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା । ମୋଟ 21,935 କୋଟି ବ୍ୟୟରେ ଭାରତ ସ୍ପେନର ଅଗ୍ରଣୀ ବିମାନ ନିର୍ମାଣକାରୀ କମ୍ପାନୀ ଏୟାରବେସ ଠାରୁ 56 ଟି C295 ବିମାନ କ୍ରୟ କରିବାକୁ ଚୁକ୍ତିବଦ୍ଧ ହୋଇଛି । ଏହାକୁ ଭାରତୀୟ ବାୟୁସେନାରେ ସାମିଲ କରାଯିବା ପରେ ଏହା ଆର୍ଭୋ-748 ଫ୍ଲିଟ (Avro--748 fleet)ର ସ୍ଥାନ ଅଧିଗ୍ରହଣ କରିବ । ମୋଟ 56 ବିମାନ ମଧ୍ୟରୁ 16 ଟି C-95 ଏୟାରକ୍ରାଫ୍ଟ ସ୍ପେନ୍‌ରେ ନିର୍ମାଣ ହେବାକୁ ଥିବା ବେଳେ ଅବଶିଷ୍ଟ ବିମାନ ଭାରତରେ ନିର୍ମାଣ ହେବ । ଏଥିପାଇଁ ସ୍ପେନର ଏୟାରବସ୍‌ କମ୍ପାନୀ ଓ ଭାରତର ଟାଟା ଆଡଭାନ୍ସ ମଧ୍ୟରେ ଚୁକ୍ତି ହୋଇଛି । ଉଭୟ କମ୍ପାନୀ ମିଳିତ ଭାବେ ଏହି ବିମାନ ନିର୍ମାଣ କରି ବାୟୁସେନାକୁ ହସ୍ତାନ୍ତର କରିବେ ।

ଏହା ମଧ୍ୟ ପଢନ୍ତୁ:- ଭାରତୀୟ ବାୟୁସେନାକୁ ମିଳିଲା ବାହୁବଳୀ C-95, ଏକାଧିକ ଅପରେସନରେ ହୋଇପାରିବ ସାମିଲ

ଏହି ସେମି ଲଢୁଆ ବିମାନ ପରିବହନ ଓ ଉଦ୍ଧାର ଅପରେସନରେ ପ୍ରଭାବୀ ଭାବେ ବ୍ୟବହାର କରାଯାଇପାରିବ । ଏଥିରେ ପରିବହନ, ଉଦ୍ଧାର ଓ ଯବାନଙ୍କ ପାରା ଗ୍ଲାଇଡିଂ ପାଇଁ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ବିକଶିତ ହୋଇଛି । ଭାରତ ଗୋଟିଏ ପଟେ ବିଦେଶରୁ ବିମାନ କ୍ରୟ କରୁଥିବା ବେଳେ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଆତ୍ମ ନିର୍ଭରତାକୁ ମଧ୍ୟ ପ୍ରାଧାନ୍ୟ ଦେଉଛି । ଏବେ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ ନିର୍ମିତ ହାଲୁଆ ଲଢୁଆ ବିମାନ ‘ତେଜସ’ ଉପରେ ବାୟୁସେନାର ଫୋକସ ରହିଛି । ଆଉ 100ଟି ତେଜସ୍‌ ବିମାନ କ୍ରୟ କରିବା ନେଇ ବାୟୁସେନା ମୁଖ୍ୟ ସୂଚନା ଦେଇସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details