ଓଡିଶା

odisha

ଡରିବେ ଶତ୍ରୁପକ୍ଷ, ଶୁଭିବ ରଣହୁଙ୍କାର: ସେନାରେ ସାମିଲ ହେଲେ 83 ମହିଳା ଯୋଦ୍ଧା

ଭାରତୀୟ ସେନାରେ ସାମିଲ ହେଲା ପ୍ରଥମ ମହିଳା ସୈନିକ ବ୍ୟାଚ । ବେଙ୍ଗାଲୁରୁରେ ହେଲା ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

By

Published : May 8, 2021, 9:32 PM IST

Published : May 8, 2021, 9:32 PM IST

ସେନାରେ ସାମିଲ ହେଲେ ପ୍ରଥମ 83 ଜଣ ମହିଳା ସୈନିକ ବ୍ୟାଚ,ବେଙ୍ଗାଲୁରୁରେ ହେଲା ସ୍ବତନ୍ତ୍ର କାର୍ଯ୍ୟକ୍ରମ
ସେନାରେ ସାମିଲ ହେଲେ ପ୍ରଥମ 83 ଜଣ ମହିଳା ସୈନିକ ବ୍ୟାଚ,ବେଙ୍ଗାଲୁରୁରେ ହେଲା ସ୍ବତନ୍ତ୍ର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ : ଭାରତୀୟ ସେନାରେ ସାମିଲ ହେଲା ପ୍ରଥମ ମହିଳା ସୈନିକ ବ୍ୟାଚ । ମିଲିଟାରୀ ପୋଲିସ ସେଣ୍ଟର ଓ ସ୍କୁଲରୁ ଉତ୍ତୀର୍ଣ୍ଣ ହୋଇଥିବା 83 ମହିଳା ସୈନିକଙ୍କୁ ଭାରତୀୟ ସେନାରେ ସାମିଲ କରାଯାଇଛି । ଆଜି (ଶନିବାର)ବେଙ୍ଗାଲୁରୁସ୍ଥିତ ଦ୍ରୋଣାଚାର୍ଯ୍ୟ ପରେଡ ଗ୍ରାଉଣ୍ଡରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସେମାନଙ୍କୁ ବିଧିବଦ୍ଧ ଭାବେ ସେନାରେ ସାମିଲ କରାଯାଇଛି ।

ଆଜି ପରେଡ ଗ୍ରାଉଣ୍ଡରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କୋଭିଡ ପ୍ରୋଟୋକଲ ଅନୁପାଳନ ପୂର୍ବକ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସିଏମପି ସେଣ୍ଟରର କମାଣ୍ତାଣ୍ଟ ପରେଡରେ ଅଭିବାଦନ ଗ୍ରହଣ କରିବା ସହ ସେନାରେ ସାମିଲ ହେବାକୁ ଥିବା ମହିଳା ସୈନିକଙ୍କୁ ଅଭିନନ୍ଦନ ଜଣାଇଥିଲେ । 61 ସପ୍ତାହର ପ୍ରଶିକ୍ଷଣ ପରେ ମହିଳାଙ୍କୁ ସେନାରେ ଭର୍ତ୍ତି ହେବା ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ କରାଯାଉଥିଲା । ସେନା ପାଇଁ ଆବଶ୍ଯକ ହେଉଥିବା ସମ୍ପୂର୍ଣ୍ଣ ଯୋଗ୍ୟତା ହାସଲ କରିଛନ୍ତି ଏହି ମହିଳା ଯୋଦ୍ଧାମାନେ ।

ମୌଳିକ ସାମରିକ ପ୍ରଶିକ୍ଷଣ ସହ ଆତ୍ମରକ୍ଷା, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଚାଳନା ଉପରେ ସ୍ବତନ୍ତ୍ର ତାଲିମ ନେଇଥିଲେ ଏହି ମହିଳା ଯୋଦ୍ଧାମାନେ। ସେହିଭଳି ସେନାରେ ବ୍ୟବହୃତ ଅନ୍ୟାନ୍ୟ ଅତ୍ୟାଧୁନିକ ଯନ୍ତ୍ରପାତି ଓ ଯାନବାହନ ଚଳାଇବା ଉପରେ ମଧ୍ୟ ମହିଳା ସୈନିକମାନେ ସ୍ବତନ୍ତ୍ର ପ୍ରଶିକ୍ଷଣ ହାସଲ କରିଛନ୍ତି । ଏହାପରେ ସେମାନଙ୍କୁ ଦେଶର ବିଭିନ୍ନ ସ୍ଥାନରେ ନିୟୋଜିତ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details