ଓଡିଶା

odisha

By

Published : Sep 18, 2022, 9:59 PM IST

ETV Bharat / bharat

ଚତ୍ରାରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ, ଜଣେ ଯବାନ ଆହତ

ପ୍ରତାପପୁର କୁନ୍ଦା ଥାନା ଅଞ୍ଚଳ ସିକିଦ ବଳହି ଜଙ୍ଗଲରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଫଳରେ ଜଣେ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

Firing between Naxalites and security forces in Chatra Ranchi
ଚତ୍ରାରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିୟମ, ଜଣେ ଯବାନ ଆହତ

ରାଞ୍ଚି:ଝାଡ଼ଖଣ୍ଡର ନକ୍ସଲ ପ୍ରବଣ ଅଞ୍ଚଳ ଚତ୍ରାରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ପ୍ରତାପପୁର କୁନ୍ଦା ଥାନା ଅଞ୍ଚଳ ସିକିଦ ବଳହି ଜଙ୍ଗଲରେ ଏହି ଗୁଳି ବିନିମୟ ହୋଇଛି । ଫଳରେ ଜଣେ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଆହତ ଯବାନଙ୍କ ନାମ ଚିତ୍ତ ରଞ୍ଜନ ବୋଲି ଜଣା ପଡ଼ିଛି ।

CRPF 190 ବାଟାଲିୟନ ଯବାନ ଓ ପୋଲିସ ମିଳିତ ଭାବରେ ସିକିଦ ବଳହି ଜଙ୍ଗଲରେ ସର୍ଚ୍ଚ ଅପରେସନ ଚଳାଇଥିଲେ । ଏହି ସମୟରେ ଆଞ୍ଚଳିକ ଅରବିନ୍ଦ ଭୁୟାଁ ଓ ମନୋହର ଗଞ୍ଝୁ ଗୋଷ୍ଠୀ ସହ ସୁରକ୍ଷା କର୍ମୀଙ୍କ ଗୁଳି ବିନିମୟ ହୋଇଥିଲା । ଫଳରେ ଜଣେ ଯବାନ ଆହତ ହୋଇଥିଲେ । ଆହତ ଯବାନଙ୍କୁ ତୁରନ୍ତ ହେଲିକପ୍ଟର ଯୋଗେ ରାଞ୍ଚି ନିଆଯାଇଛି । ଏହାକୁ ନେଇ ଆଜି ଅପରେସନ ଅମୋଲ ବେଣୁକାନ୍ତ ହୋମକର ସୂଚନା ଦେଇଛନ୍ତି । ବର୍ତ୍ତମାନ ଆହତ ଯବାନଙ୍କ ଅବସ୍ଥା ସ୍ଥିର ରହିଥିବା ନେଇ ସେ କହିଛନ୍ତି ।

ଚତ୍ରାରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିୟମ, ଜଣେ ଯବାନ ଆହତ

ଗୁଳି ବିନିମୟ ଖବର ମିଳିବା ପରେ ଏସ୍‌ପି ରାକେଶ ରଞ୍ଜନ ଓ CRPF 190 ବାଟାଲିୟନ କମାଣ୍ଡାଣ୍ଟ୍‌ ମନୋଜ କୁମାର ଓ ଏସ୍‌ଡିପିଓ ଅବିନାଶ କୁମାର ଫୋର୍ସ ନେଇ ପହଞ୍ଚିଥିଲେ । ସୁରକ୍ଷାକର୍ମୀଙ୍କ ଲଗାତାର ଫାୟରିଂ ପରେ ଘଞ୍ଚ ଜଙ୍ଗଲର ଫାଇଦା ଉଠାଇ ନକ୍ସଲମାନେ ଛତ୍ର ଭଙ୍ଗ ଦେଇଛନ୍ତି । ଏହାପରେ ଜଙ୍ଗଲରେ ସର୍ଚ୍ଚ ଅପରେସନର ଜୋରଦାର କରାଯାଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ନକ୍ସଲ ମଧ୍ୟ ଆହତ ହୋଇଥିବା ନେଇ ଅନୁମାନ କରାଯାଉଛି । ଏହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ABOUT THE AUTHOR

...view details