ଓଡିଶା

odisha

ETV Bharat / bharat

ମୁମ୍ବାଇର ଏକ ରିଅଲ ଟେକ ବିଲ୍ଡିଂରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ମୁମ୍ବାଇର ଭାସି ରେଲୱେ ଷ୍ଟେସନ ସମ୍ମୁଖରେ ଥିବା ଏକ ରିଅଲ ଟେକ ବିଲ୍ଡିଂରେ ଅଗ୍ନିକାଣ୍ଡ । କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ...

By

Published : Apr 11, 2021, 5:01 PM IST

Updated : Apr 11, 2021, 7:18 PM IST

ମୁମ୍ବାଇର ଏକ ରିଏଲ ଟେକ ବିଲ୍ଡିଂରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
ମୁମ୍ବାଇର ଏକ ରିଏଲ ଟେକ ବିଲ୍ଡିଂରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ମୁମ୍ବାଇ: ମାୟାନଗରୀ ମୁମ୍ବାଇର ଭାଶି ରେଲୱେ ଷ୍ଟେସନ ନିକଟରେ ଭୟାବହ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ଭାଶି ରେଲୱେ ଷ୍ଟେସନ ସମ୍ମୁଖସ୍ଥିତ ରିଅଲ ଟେକ ବିଲ୍ଡିଂରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିଶମ ବିଭାଗର ପାଞ୍ଚଟି ଗାଡି ନିଆଁ ଲିଭାଇବାକୁ ଘଟଣାସ୍ଥଳରେ ପହଞ୍ଚିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ତେବେ ଏ ଯାଏଁ କୌଣସି କ୍ଷୟକ୍ଷତି ସମ୍ପର୍କରେ ଜଣାପଡିନାହିଁ ।

ମୁମ୍ବାଇର ଏକ ରିଅଲ ଟେକ ବିଲ୍ଡିଂରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ଏହି ରିଏଲ ଟେକ ବିଲ୍ଡିଂରେ ବହୁ ସଂଖ୍ୟକ କର୍ପୋରେଟ ଅଫିସ ରହିଛି । ତେବେ କୋରୋନା ଲାଗି ଅଫିସ ମଧ୍ୟରେ ବହୁତ କମ୍ ଲୋକ ଥିବା ଜଣାପଡିଛି । ଅଗ୍ନିକାଣ୍ଡ ଯୋଗୁଁ ସମଗ୍ର ଅଞ୍ଚଳରେ ବହୁ ପରିମାଣରେ ଧୂଆଁ ବ୍ୟାପି ଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 11, 2021, 7:18 PM IST

ABOUT THE AUTHOR

...view details