ଓଡିଶା

odisha

ETV Bharat / bharat

ଶାଲିମାର ଏଲଟିଟି ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ - ଶାଲିମାର ଏକ୍ସପ୍ରେସର ଲଗେଜ ବଗିରେ ନିଆଁ

ଶାଲିମାର ଏଲଟିଟି ଏକ୍ସପ୍ରେସରେ(Shalimar LTT Express) ଅଗ୍ନିକାଣ୍ଡ । ମହାରାଷ୍ଟ୍ରର ନାସିକ ନିକଟରେ ଟ୍ରେନର ଲଗେଜ ବଗିରେ ନିଆଁ ଲାଗିଯାଇଥିବା ସୂଚନା । ଅଧିକ ପଢନ୍ତୁ

ଶାଲିମାର ଏଲଟିଟି ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ଶାଲିମାର ଏଲଟିଟି ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

By

Published : Nov 5, 2022, 11:23 AM IST

ମୁମ୍ବାଇ: ଶାଲିମାର ଏକ୍ସପ୍ରେସରେ ଅଗ୍ନିକାଣ୍ଡ । ମହାରାଷ୍ଟ୍ରର ନାସିକ ନିକଟରେ ଟ୍ରେନର ଲଗେଜ ବଗିରେ ନିଆଁ ଲାଗିଯାଇଥିବା ସୂଚନା ରହିଛି (Parcel compartment of Shalimar Express caught fire)। ତେବେ ଏଥିରେ କୌଣସି ଯାତ୍ରୀ ଆହତ ହୋଇନଥିବା ବେଳେ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହୀନି ଚେଷ୍ଟା ଜାରି ରଖିଛନ୍ତି । ଏନେଇ କେନ୍ଦ୍ରୀୟ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: ପଞ୍ଜାବରେ ଶିବସେନା ନେତାଙ୍କୁ ଗୁଳିକରି ହତ୍ୟା, ସୋସିଆଲ ମିଡ଼ିଆରେ ହତ୍ୟା ନେଇ ଗ୍ୟାଙ୍ଗଷ୍ଟାର ପକ୍ଷରୁ ପୋଷ୍ଟ

ଆଜି(ଶନିବାର) ସକାଳ ୮ଟା ୪୩ ମିନିଟ ସମୟରେ ନାସିକ ଠାରେ ଟ୍ରେନର ଲଗେଜ ବଗିରେ ନିଆଁ ଲାଗିଯାଇଥିଲା । ତେବେ ଅଗ୍ନିକାଣ୍ଡରେ ଯାତ୍ରୀବାହୀ ବଗି ପ୍ରଭାବିତ ହୋଇନଥିବା ନେଇ ସୂଚନା ରହିଛି । କେନ୍ଦ୍ରୀୟ ରେଳ ବିଭାଗ ପକ୍ଷରୁ କିହାଯାଇଛି ଯେ," ନାସିକ ନିକଟରେ ଶାଲିମାର ଏଲଟିଟି ଏକ୍ସପ୍ରେସର ଲଗେଜ୍ ବଗିରେ ନିଆଁ ଲାଗିଥିଲା । ଫଳରେ ଟ୍ରେନ୍ ଠାରୁ ଲଗେଜ୍ କମ୍ପାର୍ଟମେଣ୍ଟ୍ ଅଲଗା ହୋଇଯାଇଥିଲା । କୌଣସି ଯାତ୍ରୀବାହୀ ଯାତ୍ରୀବାହୀ ବଗି ପ୍ରଭାବିତ ହୋଇନାହିଁ ।"

ତେବେ ନିଆଁକୁ ଆୟତ୍ତ କରାଯାଇ ଖୁବ ଶିଘ୍ର ପୁନଃ ଯାତ୍ରା ଆରମ୍ଭ କରିବ ବୋଲି କେନ୍ଦ୍ରୀୟ ରେଳ ବିଭାଗର ମୁଖ୍ୟ ଜନସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି । କିଭଳି ଅଗ୍ନିକାଣ୍ଡ ଘଟିଲା ସେନେଇ କୌଣସି ସୂଚନା ନଥିବା ବେଳେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

For All Latest Updates

ABOUT THE AUTHOR

...view details