ଲକ୍ଷ୍ନୌ:ହୋଟେଲରେ ଅଗ୍ନିକାଣ୍ଡ ।ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌ ଚାରବାଗ ସ୍ଥିତ ଏକ ପ୍ରସିଦ୍ଧ ବିରିୟାନୀ ରେସ୍ତୋରାଁରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ( Fire in Biryani restaurant ) । ଏଥିରେ ଜଣେ ବ୍ୟକ୍ତି ଜୀବନ୍ତ ଦଗ୍ଧ ହୋଇଛନ୍ତି । ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତ ବ୍ୟକ୍ତିଙ୍କ ଶରୀର 40 ପ୍ରତିଶତ ଜଳି ଯାଇଥିବା ସୂଚନା ମିଳିଛି । ପ୍ରାୟ ଏକ ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ଗ୍ୟାସ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ ଘଟିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ଘଟଣାକୁ ନେଇ ଏଡିସିପି ରାଜେ ଶ୍ରୀବାସ୍ତବ କହିଛନ୍ତି, ''ଚାରବାଗରେ ଏକ କବୀର ହୋଟେଲ ଅଛି । ସ୍ବାଦିଷ୍ଟ ବିରିୟାନୀ ପାଇଁ ହୋଟଲେ ଟି ଜଣାଶୁଣା । ହୋଟଲରେ ଅଚାନକ ନିଆଁ ଲାଗି ଯାଇଥିଲା । ଅଘଟଣ ନେଇ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଯାଇଥିଲା । ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଆରମ୍ଭ ହୋଇଥିଲା । ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା ଏହା ପରେ ଏକଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ନାସିକ ନିବାସୀ ପ୍ରକାଶ ସୁଧାକରଙ୍କ ମୃତ୍ୟୁ ହୋଇଛି । ଅନ୍ୟଜଣେ ବ୍ୟକ୍ତି 40 ପ୍ରତିଶତ ଜଳି ଯାଇଛନ୍ତି । ତାଙ୍କ ଚିକିତ୍ସା ଜାରି ରହିଛି ।''
ଏହା ବି ପଢନ୍ତୁ...ବିବାହ ଖୁସିରେ ଗ୍ରହଣ ଲଗାଇଲା ଗ୍ୟାସ: ସିଲିଣ୍ଡର ଫାଟି ୪ ଜୀବନ୍ତ ଦଗ୍ଧ, ୬୦ ଆହତ