ଓଡିଶା

odisha

ETV Bharat / bharat

ଲକ୍ଷ୍ମୀପୁର ଖେରୀର ପ୍ରାଥମିକ ବିଦ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ, ରୋଷେୟା ମୃତ - ଲକ୍ଷ୍ମୀପୁର ଖେରୀର ପ୍ରାଥମିକ ବିଦ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ

ଲକ୍ଷ୍ମୀପୁର ଖେରୀର ମହମ୍ମଦ ବିକାଶ ବ୍ଲକରେ ଅବସ୍ଥିତ ସହଦେବ ପ୍ରାଥମିକ ବିଦ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ । ସିଲିଣ୍ଡରରେ ନିଆଁ ଲାଗି ଜଣେ ରୋଷେୟାଙ୍କ ମୃତ୍ୟୁ ଘଟିଛି । ଅଧିକ ପଢ଼ନ୍ତୁ

ଲକ୍ଷ୍ମୀପୁର ଖେରୀର ପ୍ରାଥମିକ ବିଦ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ, ରୋଷେୟା ମୃତ
ଲକ୍ଷ୍ମୀପୁର ଖେରୀର ପ୍ରାଥମିକ ବିଦ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ, ରୋଷେୟା ମୃତ

By

Published : Apr 2, 2022, 6:43 PM IST

ଲକ୍ଷ୍ମୀପୁର ଖେରୀ :ଲକ୍ଷ୍ମୀପୁର ଖେରୀର ମହମ୍ମଦ ବିକାଶ ବ୍ଲକରେ ଅବସ୍ଥିତ ସହଦେବ ପ୍ରାଥମିକ ବିଦ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ । ଏହି ଘଟଣାରେ ରୋଷେଇ ଘର ସମ୍ପୂର୍ଣ୍ଣ ଜଳିଯିବା ସହ ଜଣେ ରୋଷେୟାଙ୍କର ମୃତ୍ୟୁ ଘଟିଛି । ସୂଚନାନୁସାରେ ଆଜି ସକାଳେ ମହମ୍ମଦ ବିକାଶ ବ୍ଲକର ସହଦେବ ପ୍ରାଥମିକ ବିଦ୍ୟାଳୟର ରୋଷେୟା ଅନୀତା ଦେବୀ ଖାଦ୍ୟ ପ୍ରସ୍ତୁତ କରିବାକୁ ଯାଇଥିଲେ । ସିଲିଣ୍ଡରରେ ଥିବା ଚୁଲି ଠିକ୍ ଭାବରେ କାମ କରୁନଥିଲା । ଏହାପରେ ଅନୀତା ଦେବୀ ସିଲିଣ୍ଡର ସଫା କରିବା ଆରମ୍ଭ କରିଥିଲେ। ସେହି ସମୟରେ ଅନୀତା ସହଯୋଗ ପାଇଁ ବିଦ୍ୟାଳୟରେ ପଢୁଥିବା ଜଣେ 14 ବର୍ଷୀୟ ଛାତ୍ର ଆକ୍ରାମଙ୍କୁ ଡାକିଥିଲେ। ଆକ୍ରାମ ଏବଂ ରୋଷେୟା ଅନୀତା ଦେବୀ ଗ୍ୟାସ୍ ଚୁଲାର ବର୍ନର୍ ସଫା କରିଥିଲେ । ବର୍ନର୍ ସଫା କରୁଥିବା ସମୟରେ ଗ୍ୟାସ ଲିକେଜ ହେତୁ ସିଲିଣ୍ଡରରେ ନିଆଁ ଲାଗିଯାଇଥିଲା। ପରେ ରୋଷେଇ ଘରେ ସିଲିଣ୍ଡର ଜଳିବା ଆରମ୍ଭ କରିଥିଲା ।

ଲକ୍ଷ୍ମୀପୁର ଖେରୀର ପ୍ରାଥମିକ ବିଦ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ, ରୋଷେୟା ମୃତ

ଏହାଦେଖି ବିଦ୍ୟାଳୟର କର୍ମଚାରୀ ଏବଂ ପିଲାମାନେ ଶୀଘ୍ର ସିଲିଣ୍ଡର ଉଠାଇ ବାହାରକୁ ଫିଙ୍ଗି ଦେଇଥିଲେ । ପରେ ଅନୀତା ଦେବୀ ନିଆଁକୁ ଆୟତ୍ତ କରିବାକୁ ଯାଇଥିଲେ। ସେହି ସମୟରେ ଅନୀତାଙ୍କ ଶରୀରରେ ନିଆଁ ଲାଗିଯାଇଥିଲା । ଏହାପରେ ଅନୀତାଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ଚିକିତ୍ସା ପାଇଁ ଶାହାଜାହାନପୁର ଜିଲ୍ଲା ଡାକ୍ତରଖାନାକୁ ନେବାବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଏ ସମ୍ପର୍କରେ ଇନ୍ସପେକ୍ଟର ମହମ୍ମଦୀ ଅମ୍ବର ସିଂ କହିଛନ୍ତି ଯେ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ତୁରନ୍ତ ସେଠାରେ ପହଞ୍ଚି ଆହତ କୁକରଙ୍କୁ ସିଏଚସି ମହମ୍ମଦୀରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ମହିଳାଙ୍କ ଅବସ୍ଥା ଗୁରୁତର ହେବାପରେ ମହିଳାଙ୍କୁ ଶାହାଜାହାନପୁର ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଥିଲା, କିନ୍ତୁ ରାସ୍ତାରେ ରୋଷେୟା ଅନୀତାଙ୍କର ମୃତ୍ୟୁ ହୋଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details