ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ବାଣ ଗୋଦାମ ବିସ୍ଫୋରଣ ଘଟଣାରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଛି । ପୋଲିସ ଗୋଦାମରୁ ଆଉ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରିବା ପରେ ମୃତ୍ୟୁସଂଖ୍ୟା 14ରେ ପହଞ୍ଚିଛି । ଅଘଟଣ ସମୟରେ ସମସ୍ତ ମୃତକ ସେହିଠାରେ କାମ କରୁଥିଲେ । ଶନିବାର ଅପରାହ୍ନ ସାଢେ ୩ଟା ବେଳେ ଗୋଦାମରେ ନିଆଁ ଲାଗିଯାଇ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏନେଇ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରାଯାଇଛି ।
କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହି ସମୟରେ ସେ ମୃତକଙ୍କ ପରିବାର ବର୍ଗ ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଅନ୍ୟପଟେ ଏହି ଘଟଣାର ତଦନ୍ତ ପାଇଁ ଦୁଇଟି ଟିମ୍ ଗଠନ କରାଯାଇଛି । ଗୋଟିଏ ଟିମ୍ ଅଭିଯୁକ୍ତଙ୍କୁ ଠାବ କରି ଗିରଫ କରିବ ଏବଂ ଅନ୍ୟଟି ତଦନ୍ତରେ ସହଯୋଗ କରିବ । ତେବେ ବିସ୍ଫୋରଣ ଘଟିଥିବା ଗୋଦାମରେ ଆବଶ୍ୟକତା ଠାରୁ ମାତ୍ରାଧିକ ବାଣ ଗଚ୍ଛିତ ରଖାଯାଇଥିବା ଆଇଜିପି ରବିକାନ୍ତେଗୌଡା ଜଣାଇଛନ୍ତି ।
ଏହାମଧ୍ୟ ପଢନ୍ତୁ: ବେଙ୍ଗାଲୁରୁରେ ବାଣ ଗୋଦାମରେ ବିସ୍ଫୋରଣ ଘଟି 12 ମୃତ, ଏକାଧିକ ଆହତ