ପାଟନା:ରେଳ ଷ୍ଟେସନରେ ଭୟାବହ ଅଗ୍ନିକାଣ୍ଡ । ଖାଲି ଟ୍ରେନରେ ଲାଗିଲା ନିଆଁ । ବିହାରର ମଧୁବନୀ ରେଳ ଷ୍ଟେସନରେ ଏହି ଭୟଙ୍କର ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ଏନେଇ ପୂର୍ବ କେନ୍ଦ୍ରୀୟ ରେଳବାଇର ସିପିଆରଓ ପକ୍ଷରୁ ସୂଚନା ଦିଆଯାଇଛି ।
ରେଳବାଇର ସୂଚନାନୁଯାୟୀ, ଆଜି ସକାଳ ସମୟରେ ରେଳ ଷ୍ଟେସନରେ ସ୍ବତନ୍ତ୍ରତା ସେନାନି ଏକ୍ସପ୍ରେସ ଛିଡା ହୋଇଥିବା ୯ଟା ୧୩ରେ ଅଗ୍ନିକାଣ୍ଡ ଘଟିଥିଲା । ଟ୍ରେନରେ କୌଣସି ଯାତ୍ରୀ ମଧ୍ୟନଥିଲେ, କେହିବି ଏହି ଘଟଣାରେ ଆହତ କିମ୍ବା ମୃତାହତ ହୋଇନଥିବା ରେଳବାଇ ପକ୍ଷରୁ କୁହାଯାଇଛି ।