ଗାଜିଆବାଦ: ଦିଲ୍ଲୀକୁ ଲାଗିଥିବା ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲାର ଏକ ଫ୍ୟାକ୍ଟ୍ରି 9 ଘଣ୍ଟାରୁ ଜଳୁଛି । ଶୁକ୍ରବାର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡରେ ଫ୍ୟାକ୍ଟ୍ରି ଭିତରେ ଥିବା ସମସ୍ତ ଜିନିଷ ପୋଡି ପାଉଁଶ ହୋଇଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ଏଯାଏଁ ଜଣାପଡିନାହିଁ ।
ଦୀର୍ଘ 9 ଘଣ୍ଟାରୁ ଜଳୁଛି ଗାଜିଆବାଦର ଫ୍ୟାକ୍ଟ୍ରି, ଲକ୍ଷାଧିକ ସମ୍ପତ୍ତି ନଷ୍ଟ - Dasna factory rage
ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲାର ଏକ ଫ୍ୟାକ୍ଟ୍ରି 9 ଘଣ୍ଟାରୁ ଜଳୁଛି । ଶୁକ୍ରବାର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଅଧିକ ପଢନ୍ତୁ...
ଦୀର୍ଘ 9 ଘଣ୍ଟାରୁ ଜଳୁଛି ଗାଜିୟାବାଦର ଫ୍ୟାକ୍ଟ୍ରି, ଲକ୍ଷାଧିକ ସମ୍ପତ୍ତି ନଷ୍ଟ
ଦୀର୍ଘ 9 ଘଣ୍ଟାରୁ ଜଳୁଛି ଗାଜିୟାବାଦର ଫ୍ୟାକ୍ଟ୍ରି, ଲକ୍ଷାଧିକ ସମ୍ପତ୍ତି ନଷ୍ଟ
ଘଟଣାସ୍ଥଳରେ ନିଆଁଲିଭା କାର୍ଯ୍ୟ ଜାରି ରହିଛି । ପାଖାପାଖି 30ଟି ଦମକଳ ଗାଡି ନିଆଁଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଅଗ୍ନିଶମ ବାହିନୀଙ୍କ କହିବା ଅନୁଯାୟୀ ସକାଳ 9ଟା 30ରେ ସେମାନେ ଅଗ୍ନିକାଣ୍ଡ ଖବର ପାଇଥିଲେ । ତେବେ ଫ୍ୟାକ୍ଟ୍ରିଟି କିଛି ଦିନରୁ ବନ୍ଦ ରହିଛି । ଫ୍ୟାକ୍ଟ୍ରିର ବିଲ୍ଡିଂ ପୁରୁଣା ହୋଇଥିବା ବେଳେ ଏଠାରେ ଥିବା ଲକ୍ଷାଧିକ ସମ୍ପତ୍ତି ନଷ୍ଟ ହୋଇଥିବା ନେଇ ଅନୁମାନ କରାଯାଉଛି ।