ଅହମ୍ମଦାବାଦ:ସହରର ପରିମଲ ଗାର୍ଡେନ ନିକଟରେ ଥିବା ଏକ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ । ଏହି କମ୍ପ୍ଲେକ୍ସର 3ୟ ମହଲାରେ ଏହି ଅଗ୍ନିକାଣ୍ଡ ଘଟିଛି । 4ର୍ଥ ମହଲାରେ ଏକ ହସ୍ପିଟାଲ ମଧ୍ୟ ରହିଛି । ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି ଉକ୍ତ ହସ୍ପିଟାଲରେ ଥିବା 10 ଶିଶୁଙ୍କ ସମେତ ମୋଟ 50 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି ।
କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ, ସୁରକ୍ଷିତ ଉଦ୍ଧାର ହେଲେ 50 ରୋଗୀ - କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ
ଅହମ୍ମଦାବାଦର ଏକ କମ୍ପେଲ୍ସରେ ଅଗ୍ନିକାଣ୍ଡ । କମ୍ପେଲ୍ସକର 4ର୍ଥ ମହଲାରେ ହସ୍ପିଟାଲ ମଧ୍ୟ ଥିବା ସୂଚନା । ଶିଶୁଙ୍କ ସମେତ ମୋଟ 50 ଜଣ ସୁରକ୍ଷିତ ଉଦ୍ଧାର । ନିଆଁକୁ ଆୟତ୍ତ କରିବାକୁ ଲାଗିଛନ୍ତି 27ରୁ ଅଧିକ ଫାୟାର ଟିମ । ଅଧିକ ପଢନ୍ତୁ
ଅହମ୍ମଦାବାଦର ଏକ କମ୍ପେଲ୍ସରେ ଅଗ୍ନିକାଣ୍ଡ: ଆୟତ କାର୍ଯ୍ୟରେ 27 ରୁ ଅଧିକ ଫାୟାର ଟିମ
ନିଆଁ ଲିଭା ପାଇଁ 27ଟି ଅଗ୍ନିଶମ ବାହିନୀ କାର୍ଯ୍ୟ ଜାରି ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ମଧ୍ୟ କୌଣସି କ୍ଷୟକ୍ଷତିର ସୂଚନା ନାହିଁ । କମ୍ପ୍ଲେକ୍ସରେ କେହି ଫସିରହିଥିବା ନେଇ କୌଣସି ସୂଚନା ନାହିଁ । ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନଥିବା ବେଳେ ସର୍ଟସର୍କିଟ ହିଁ ଅଗ୍ନିକାଣ୍ଡର କାରଣ ବୋଲିି ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ