ଓଡିଶା

odisha

ବନ୍ଦେ ଭାରତ ଏକ୍ସପ୍ରେସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

By

Published : Jul 17, 2023, 9:13 AM IST

Updated : Jul 17, 2023, 12:00 PM IST

ଭୋପାଳର ରାନି କମଳାପତି ରେଳ ଷ୍ଟେସନରୁ ନିଜାମୁଦ୍ଦିନ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସର ସି-14 ବଗିରେ ନିଆଁ ଲାଗିିଛି । ଅଧିକ ପଢନ୍ତୁ

ବନ୍ଦେ ଭାରତ ଏକ୍ସପ୍ରେସ ନିଆଁ
vande bharat express catches fire

ବନ୍ଦେ ଭାରତ ଏକ୍ସପ୍ରେସରେ ଲାଗିଲା ନିଆଁ

ଭୋପାଳ:ବନ୍ଦେ ଭାରତ ଏକ୍ସପ୍ରେସରେ ଲାଗିଲା ନିଆଁ । ଭୋପାଳର ରାନି କମଳାପତି ରେଳ ଷ୍ଟେସନରୁ ନିଜାମୁଦ୍ଦିନ ଅଭିମୁଖେ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସର ସି-14 ବଗିରେ ନିଆଁ ଲାଗିଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । କୌଣସି କ୍ଷୟକ୍ଷତି ହୋଇନାହିଁ । ଏକ ବଡ ଅଘଟଣ ଟଳିଯାଇଛି । ଯାଞ୍ଚ ପରେ ଟ୍ରେନ ଚଳାଚଳ ହେବ ବୋଲି ଭାରତୀୟ ରେଲୱେ ପକ୍ଷରୁ ସୂଚନା ମିଳିଛି ।

ସକାଳୁ ରାନି କମଳାପତି ଷ୍ଟେସନରୁ ବନ୍ଦେ ଭାରତ ଟ୍ରେନ ଛାଡିଥିଲା । କୁରୱାଇ କେଥୋରା ଷ୍ଟେସନରେ ଅଚାନକ ଟ୍ରେନର ସି-14 ବଗିରେ ନିଆଁ ଲାଗିଥିଲା । ଖବର ପାଇଁ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । କେହି ଯାତ୍ରୀ ଆହତ ହୋଇନାହାନ୍ତି । ନିଆଁ କେବଳ ବ୍ୟାଟେରୀ ବକ୍ସରେ ଲାଗିଥିଲା । ଯାଞ୍ଚ ପରେ ଶୀଘ୍ର ଟ୍ରେନ ଚାଲିବ ବୋଲି ଭାରତୀୟ ରେଳୱେ ପକ୍ଷରୁ ସୂଚନା ମିଳିଛି ।

ଏହା ବି ପଢନ୍ତୁ....ଚେନ୍ନାଇ-ବେଙ୍ଗାଲୁରୁ ଏକ୍ସପ୍ରେସ ଇଞ୍ଜିନରେ ଧୂଆଁ, ମରାମତି ପରେ ଗଡିଲା ଟ୍ରେନ

ନିଜାମୁଦ୍ଦିନ ଯାଉଥିବା ବନ୍ଦେ ଭାରତ ଟ୍ରେନ ନମ୍ବର 20171 ସକାଳ 5ଟା 40ରୁ ରାନି କମଳାପତି ଷ୍ଟେସନରୁ ବାହାରିଥିଲା । ଯାତ୍ରୀଙ୍କ ସୂଚନା ଅନୁସାରେ ନିଆଁ ବ୍ୟାଟେରୀରୁ ଲାଗିଛି । ନିଆଁ ଲାଗିବାର ସୂଚନା ମିଳିବା ମାତ୍ରେ ଟ୍ରେନକୁ ଅଟକା ଯାଇ ଯାତ୍ରୀଙ୍କୁ ସୁରକ୍ଷିତ ବାହାରକୁ ଓହ୍ଲାଇ ଦିଆଯାଇଥିଲା ।

ଏହା ବି ପଢନ୍ତୁ...ଦ୍ରିବୁଗଡ-କନ୍ୟାକୁମାରୀ ବିବେକ ଏକ୍ସପ୍ରେସ ଟ୍ରେନରେ ଧୂଆଁ, ଭୟଭୀତ ଯାତ୍ରୀ

ବାଲେଶ୍ବର ରେଳ ଦୁର୍ଘଟଣାରେ 294 ଜଣଙ୍କ ମୃତ୍ୟୁ ହେବା ପରେ ଏକାଧିକ ଛୋଟ ଧରଣର ରେଳ ଦୁର୍ଘଟଣା ମଧ୍ୟ କ୍ରମାଗତ ସାମ୍ନାକୁ ଆସିବାରେ ଲାଗିଛି । ଗତ ଜୁଲାଇ 13 ତାରିଖରେ ଚେନ୍ନାଇ-ବେଙ୍ଗାଲୁରୁ ଏକ୍ସପ୍ରେସ ଇଞ୍ଜିନରେ ଧୂଆଁ ଦେଖିବାକୁ ମିଳିଥିଲା । କରମଣ୍ଡଳ ଟ୍ରେନ ଦୁର୍ଘଟଣା ପରେ ଲୋକ ଭୟଭୀତ ଅଛନ୍ତି । ଅଚାନକ ଟ୍ରେନରେ ନିଆଁ ଦେଖି ଲୋକ ଭୟଭୀତ ହୋଇଥିଲେ । ଏହା ପୂର୍ବରୁ ଜୁଲାଇ 11 ତାରିଖରେ ବ୍ରହ୍ମପୁର ରେଳ ଷ୍ଟେସନରେ ବିବେକ ଏକ୍ସପ୍ରେସର ନିଆଁ ଲାଗିଥିଲା । ଦ୍ରିବୁଗଡ-କନ୍ୟାକୁମାରୀ ବିବେକ ଏକ୍ସପ୍ରେସ ଟ୍ରେନର ଏସ-10 ବଗିରୁ ଧୂଆଁ ବାହାରିବାରୁ ଯାତ୍ରୀ ଭୟଭୀତ ହୋଇ ଓହ୍ଲାଇ ପଡିଥିଲେ । ଗତ ଜୁନ 2 ତାରିଖରେ ଓଡିଶାର ବାଲେଶ୍ବର ବାହନଗା ନିକଟରେ ଦୁଇଟି ଏକ୍ସପ୍ରେସ ଟ୍ରେନ ଓ ମାଲବାହୀ ଟ୍ରେନ ମଧ୍ୟରେ ଦୁର୍ଘଟଣା ଘଟି 294ଜଣଙ୍କ ଜୀବନ ଦୀପ ଲିଭି ଯାଇଥିଲା ।

Last Updated : Jul 17, 2023, 12:00 PM IST

ABOUT THE AUTHOR

...view details