ଓଡିଶା

odisha

By

Published : Jun 30, 2022, 12:28 PM IST

ETV Bharat / bharat

ପାଟନା ଏକ ମାର୍କେଟରେ ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟ ଜାରି

ପାଟନାର ଏକ ମାର୍କେଟରେ ଅଗ୍ନିକାଣ୍ଡ । ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି ଏକାଧିକ ଫାଏର ଟିମ । ମୃତାହତ ନେଇ ନାହିଁ ସୂଚନା । ଅଧିକ ପଢନ୍ତୁ

ପାଟନାରେ ଏକ ମାର୍କେଟରେ ଅଗ୍ନିକାଣ୍ଡ, ନିଆଁ ଆୟତ କାର୍ଯ୍ଯ ଜାରି
ପାଟନାରେ ଏକ ମାର୍କେଟରେ ଅଗ୍ନିକାଣ୍ଡ, ନିଆଁ ଆୟତ କାର୍ଯ୍ଯ ଜାରିପାଟନାରେ ଏକ ମାର୍କେଟରେ ଅଗ୍ନିକାଣ୍ଡ, ନିଆଁ ଆୟତ କାର୍ଯ୍ଯ ଜାରି

ପାଟନା:ପାଟନାର ଏକ ବ୍ୟସ୍ତବହୁଳ ମାର୍କେଟ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ନେଇ ସୂଚନା ମିଳିଛି । ନିଆଁ ଲିଭା କାର୍ଯ୍ୟରେ ଏକାଧିକ ଅଗ୍ନିଶମ ଟିମ ନିୟୋଜିତ ହୋଇଛନ୍ତି । ସହରର ପର୍ବାହୋର ଏରିଆରେ ଥିବା ଏହି ମାର୍କେଟରେ ନିଆଁ ଲାଗିଯାଇଛି ।

କେଉଁ କାରଣ ପାଇଁ ନିଆଁ ଲାଗିଲା, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ । ନିଆଁରେ ମାର୍କେଟରେ ଶତାଧିକ ଦୋକାନ ଓ ସମସ୍ତ ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି । କେହି ମୃତାହତ ହେବା ନେଇ ମଧ୍ୟ କୌଣସି ପ୍ରକାର ସୂଚନା ମିଳିନାହିଁ । ନିଆଁ ଆୟତ୍ତ କାର୍ଯ୍ୟ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details