ଓଡିଶା

odisha

ETV Bharat / bharat

Fire broke out in Himachal Pradesh: କୁଲ୍ଲୁରେ ଭୀଷଣ ଅଗ୍ନିକାଣ୍ଡ, ୨୭ ଘର ଭସ୍ମୀଭୂତ - ଅଗ୍ନିକାଣ୍ଡରେ ଜଳିଗଲା ୨୭ ଘର

ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲା ମଝାଣ ଗ୍ରାମରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୨୭ଟି ଘର ପୋଡ଼ି ଯାଇଥିବା ଜଣାପଡିଛି । ଅଧିକ ପଢନ୍ତୁ

Fire broke out in Himachal Pradesh: କୁଲ୍ଲୁରେ ଭୀଷଣ ଅଗ୍ନିକାଣ୍ଡ, ୨୭ ଘର ଭସ୍ମୀଭୂତ
Fire broke out in Himachal Pradesh: କୁଲ୍ଲୁରେ ଭୀଷଣ ଅଗ୍ନିକାଣ୍ଡ, ୨୭ ଘର ଭସ୍ମୀଭୂତ

By

Published : Dec 12, 2021, 3:44 PM IST

ସିମଲା:ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲାର ମଝାଣ ଗ୍ରାମରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏହି ଭୀଷଣ ଅଗ୍ନିକାଣ୍ଡରେ ମନ୍ଦିର ସହିତ ୨୭ଟି ଘର ଜଳିପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି । ଏହି ଘଟଣାରେ ପ୍ରାୟ ୯ କୋଟି ଟଙ୍କାର କ୍ଷତି ଘଟିଥିବାବେଳେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର(CM Jairam Thakur) ଏ ନେଇ ଦୁଃଖ ପ୍ରକାଶ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଠାକୁର ଟ୍ବିଟ କରି କହିଛନ୍ତି ଯେ, କୁଲ୍ଲୁର ମଝାଣ ଗ୍ରାମରେ ଅଗ୍ନିକାଣ୍ଡ ଫଳରେ ପ୍ରାୟ ୨୭ଟି ଘର ଜଳିଯାଇଥିବାବେଳେ ସେ ଏଥିଲାଗି ଦୁଃଖ ପ୍ରକାଶ କରିଛନ୍ତି । ପ୍ରଭାବିତ ପରିବାରକୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହିତ ଏହି ଘଟଣାରେ ତଦନ୍ତ ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଦୁଃଖଦ ସମୟରେ ସେ ପୀଡ଼ିତ ପରିବାର ସହିତ ଅଛନ୍ତି ବୋଲି ଟ୍ବିଟ କରି କହିଛନ୍ତି । ଶନିବାର ଅପରାହ୍ନ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ପୀଡ଼ିତ ଲୋକଙ୍କ ହୋହଲ୍ଲା ୧୦ କିଲୋମିଟର ଦୂର ପର୍ଯ୍ୟନ୍ତ ଶୁଣାଯାଉଥିଲା ।

ଏହି ଅଗ୍ନିକାଣ୍ଡରେ ୨୭ଟି ଘର ଓ ୨୬ଟି ଗୋଶାଳା ଏବଂ ୨ଟି ମନ୍ଦିର ପୋଡ଼ି ଯାଇଛି । ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ଅଗ୍ନିକାଣ୍ଡ ଘଟିବା ପରେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଗ୍ରାମବାସୀ ଚାଷଜମିରୁ ମାଟି ଖୋଳି ନିଆଁ ଉପରେ ଫିଙ୍ଗିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଦେଖୁ ଦେଖୁ ଲୋକଙ୍କ ଆଖି ସାମ୍ନାରେ ୨୭ଟି ଘର ଜଳି ଯାଇଥିଲା । ଗ୍ରାମରେ କୌଣସି ଜଳାଶୟର ବ୍ୟବସ୍ଥା ନଥିବାରୁ ନିଆଁକୁ ଆୟତ୍ତ କରାଯାଇ ପାରିଲା ନାହିଁ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details