ଓଡିଶା

odisha

ETV Bharat / bharat

ଜଳିଗଲା ୨୦ ମହଲା କୋଠା, ୭ ମୃତ - Bhatia hospital fire

ମୁମ୍ବାଇ ଟାର୍ଡେଓ ସ୍ଥିତ ୨୦ ମହଲା କୋଠାରେ ଭୟାବହ ଅଗ୍ନିକାଣ୍ଡ । ଅଘଟଣରେ ୭ ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ହୁତୁ ହୁତୁ ହୋଇ ଜଳିଲା ୨୦ ମହଲା କୋଠା, ୨ ମୃତ
ହୁତୁ ହୁତୁ ହୋଇ ଜଳିଲା ୨୦ ମହଲା କୋଠା, ୨ ମୃତ

By

Published : Jan 22, 2022, 10:36 AM IST

Updated : Jan 22, 2022, 11:56 AM IST

ମୁମ୍ବାଇ: ମୁମ୍ବାଇର ଏକ କୋଠାରେ ଭୟାବହ ଅଗ୍ନିକାଣ୍ଡ । ଟାର୍ଡେଓ ସ୍ଥିତ ଏକ ୨୦ ମହଲା ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିଶମ ବାହିନୀର କହିବାନୁସାରେ, ସକାଳେ ୭ଟା ୩୦ରେ ଏହି ଅଘଟଣ ଘଟିଥିଲା । କୋଠାର ୧୮ ମହଲାରେ ନିଆଁ ଲାଗିଯାଇଥିଲା । ଯେଉଁ କୋଠାରେ ନିଆଁ ଲାଗିଛି ତା ନିକଟରେ ହିଁ ଭାଟିଆ ହସ୍ପିଟାଲ ରହିଛି ।

ଅଗ୍ନିକାଣ୍ଡରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତ ଓ ମୃତକଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ୧୩ଟି ଅଗ୍ନିଶମ ବାହୀନି ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାହା ସ୍ପଷ୍ଟ ହୋଇପାରି ନାହିଁ । ସର୍ଟ ସର୍କିଟରୁ ଏପରି ଘଟଥିବା ଅନୁମାନ କରାଯାଉଛି ।

ମହାରାଷ୍ଟ୍ର ବିଜେପି ସଭାପତି ତଥା ବିଧାୟକ ମଙ୍ଗଲ ପ୍ରଭାତ ଲୋଡା କହିଛନ୍ତି, ଏକ ଦୁର୍ଭାଗ୍ୟଜନକ ଘଟଣା ଅଟେ । ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୫ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

Last Updated : Jan 22, 2022, 11:56 AM IST

ABOUT THE AUTHOR

...view details