ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀର ନରେଲା ଅଞ୍ଚଳରେ ଅଗ୍ନିକାଣ୍ଡ ହୋଇଛି । ସେଠାରେ ଥିବା ଏକ ପ୍ଲାଷ୍ଟିକ୍ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 18 ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ୧୦ଟି ଗାଡି ପହଞ୍ଚିଛି । କାରଖାନା ଭିତରେ ଏବେବି ଅନେକ ଲୋକ ଫଶି ରହିଥିବା ଆଶଙ୍କା କରାଯାଉଛି । ଉଦ୍ଧାର କାର୍ଯ୍ୟ ଜାରି ରିହଛି ।
ସୂଚନାଅନୁସାରେ, ନିଆଁ ଲିଭା କାର୍ଯ୍ୟ ଏବେ ବି ଜାରି ରହିଛି । ସକାଳୁ କାରଖାନା ବିଲ୍ଡିଂର ଦ୍ବିତୀୟ ମହଲାରେ ନିଆଁ ଲାଗିଥିବା ଖବର ମିଳିଥିଲା । ଏହାପରେ ଦମକଳ ବିଭାଗର ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରହିଛି । ସେପଟେ ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମୋଟ 20ଜଣଙ୍କୁ ଉଦ୍ଧାର କରାଯାଇଥିଲା । 18 ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ଶରୀରର ଅଧିକାଂଶ ଅଂଶ ପୋଡି ଯାଇଛି ।