ଓଡିଶା

odisha

ସ୍କୁଲରେ ଅଗ୍ନିକାଣ୍ଡ, ବର୍ତ୍ତିଲେ 25 ଛାତ୍ରଛାତ୍ରୀ

By

Published : Feb 5, 2021, 10:00 AM IST

ତେଲେଙ୍ଗାନାର ଗ୍ବାଲିପୁରା ଅଞ୍ଚଳରେ ଥିବା ଶ୍ରୀନିବାସ ଉଚ୍ଚ ବିଦ୍ୟାଳୟରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ। ଅଧିକ ପଢନ୍ତୁ...

ଶ୍ରୀନିବାସ ଉଚ୍ଚ ବିଦ୍ୟାଳୟରେ ଅଗ୍ନିକାଣ୍ଡ
ଶ୍ରୀନିବାସ ଉଚ୍ଚ ବିଦ୍ୟାଳୟରେ ଅଗ୍ନିକାଣ୍ଡ

ହାଇଦ୍ରାବାଦ: ସ୍କୁଲରେ ଅଗ୍ନିକାଣ୍ଡ। ଗୁରୁବାର ତେଲେଙ୍ଗାନାର ଗ୍ବାଲିପୁରା ଅଞ୍ଚଳରେ ଥିବା ଶ୍ରୀନିବାସ ଉଚ୍ଚ ବିଦ୍ୟାଳୟରେ ଅଗ୍ନିକାଣ୍ଡ ଘଟିଛି ।

ସମୟ ସକାଳ 10ଟା 45 ସୁଦ୍ଧା ଶ୍ରୀନିବାସ ଉଚ୍ଚ ବିଦ୍ୟାଳୟରେ ଅଗ୍ନିକାଣ୍ଡ ହୋଇଥିବା କହିଛନ୍ତି ଛତ୍ରିନାକା ପୋଲିସ ଇନ୍ସପେକ୍ଟର ସାୟଦ ଅବଦୁଲ୍ଲ ଖାଦର ଜିଲାନୀ। ସ୍କୁଲରେ ନବମ ଓ ଦଶମ ଶ୍ରେଣୀର ପ୍ରାୟ 25ଜଣ ଛାତ୍ରଛାତ୍ରୀ ରହିଥିଲେ । ସେମାନେ ସମସ୍ତ ସ୍କୁଲରେ ଦ୍ବିତୀୟ ମହଲାରେ ଥିବାବେଳେ ତଳ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା ବୋଲି ସୂଚନା ଦେଇଛନ୍ତି ଇନ୍ସିପେକ୍ଟର ଜିଲାନୀ।

ନିଆଁ ଲାଗିବା ମାତ୍ରେ ସ୍କୁଲ ପରିଚାଳନା ଦ୍ବାରା ଲାଗିଥିବା ଅଗ୍ନି ନିରାପଦ ଯନ୍ତ୍ର ସାହାଯ୍ୟରେ ନିଆଁକୁ ଆୟତ କରାଯାଇଥିଲା। ସର୍ଟ ସର୍କିଟ ପାଇଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ତେବେ ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇନାହିଁ ।

@ANI

ABOUT THE AUTHOR

...view details