ଓଡିଶା

odisha

ଆଶୀର୍ବାଦ ଟାଓ୍ବାରରେ ଅଗ୍ନିକାଣ୍ଡ, ୩ ଶିଶୁ ସମେତ ୧୪ ମୃତ

By

Published : Jan 31, 2023, 9:18 PM IST

Updated : Feb 1, 2023, 7:00 AM IST

ଝାଡଖଣ୍ଡ ଧନବାଦରେ ଆଶୀର୍ବାଦ ଟ୍ବିନ ଟାଓ୍ବାରରେ ଭୟଙ୍କର ନିଆଁ । ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ସୂଚନା । ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ସହାୟତା ରାଶି ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

ଝାଡଖଣ୍ଡ ଧାନବାଦରେ ବିଲ୍ଡିଂରେ ନିଆଁ
ଝାଡଖଣ୍ଡ ଧାନବାଦରେ ବିଲ୍ଡିଂରେ ନିଆଁ

ରାଞ୍ଚି: ଝାଡଖଣ୍ଡର ଧନବାଦରେ ଏକ ଆପାର୍ଟମେଣ୍ଟରେ ଭୟାଭୟ ଅଗ୍ନିକାଣ୍ଡ । ନିଆଁ ଆଁରେ ଶିଶୁଙ୍କ ସମେତ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ମୃତକଙ୍କ ମଧ୍ୟରେ ୧୦ ଜଣ ମହିଳା ରହିଥିବା ବେଳେ ୩ ଜଣ ଶିଶୁ ରହିଛନ୍ତି । ଏହାସହ ୩୦ରୁ ଅଧିକ ଆହତ ହୋଇଥିବା ନେଇ ସୂଚନା ରହିଛି । ଆପାର୍ଟମୋଣ୍ଟରେ ନିଆଁ ଲାଗିବା କାରଣରୁ ଆଖପାଖ ପ୍ରାୟ ୪୦୦ ଲୋକ ଭୟଭୀତ ହୋଇଛନ୍ତି ।

ଖବରଅନୁସାରେ, ମଙ୍ଗଳବାର ସନ୍ଧ୍ୟା ୬ଟାରେ ଧନବାଦ ସହରର ଯୋଡା ପାଠକ ଅଞ୍ଚଳରେ ଥିବା ଏହି ଆପାର୍ଟମେଣ୍ଟରେ ନିଆଁ ଲାଗିଯାଇଥିଲା । ୧୦ ମହଲା ବିଶିଷ୍ଟ ଆଶୀର୍ବାଦ ଟ୍ବିନ ଟାଓ୍ବାରର ତୃତୀୟ ମହଲାରେ ନିଆଁ ଲାଗିଯାଇଥିଲା । ଏହା ଆପାର୍ଟମେଣ୍ଟ ରାଞ୍ଚିଠାରୁ ୧୬୦ କିଲୋମିିଟର ଦୂରରେ ଅବସ୍ଥିତ । ତେବେ ଅଗ୍ନିକାଣ୍ଡରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ନେଇ ସୂଚନା ରହିଛି । ଏନେଇ ଝାରଖଣ୍ଡର ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ଅଗ୍ନାକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଆହତମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ନେଇ ସୂଚନା ରହିଛି । ସୂଚନା ପାଇ ଅଗ୍ନିଶମ ବିଭାଗର ଏକାଧିକ ୟୁନିଟ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ ।

ଏହା ମଧ୍ୟ ପଢନ୍ତୁ: Economy Survey 2023: ବିମାନ ଚଳାଚଳ କ୍ଷେତ୍ରରେ ରହିଛି ଅପାର ସମ୍ଭାବନା

ଏନେଇ ଧନବାଦ ଡିଏସପି କହିଛନ୍ତି, "ଅଗ୍ନିକାଣ୍ଡ ପରେ ଅନେକ ଲୋକ ଭୟଭୀତ ଅବସ୍ଥାରେ ରହିଛନ୍ତି । ତେବେ ଆହତଙ୍କ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।"

ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିବା ସହ ସହାୟତା ରାଶି ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ PMNRF ପାଣ୍ଠିରୁ ମଧ୍ୟ ମୃତକଙ୍କ ପରିବାରକୁ 2 ଲକ୍ଷ ଲେଖାଏଁ ଅନୁକମ୍ପା ଅର୍ଥ ଘୋଷଣା ହୋଇଥିବା ବେଳେ ପ୍ରତ୍ୟେକ ଆହତଙ୍କ ଚିକିତ୍ସା ପାଇଁ 50 ହଜାର ଟଙ୍କା ଅର୍ଥ ଦିଆଯିବ । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଏନେଇ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଟ୍ବିଟ କରି କହିଛନ୍ତି, "ଆପାର୍ଟମେଣ୍ଟରେ ନିଆଁ ଲାଗି ୧୪ଜଣଙ୍କ ମୃତ୍ୟୁ ହୋଇଛି । ଏହା ଅତ୍ୟନ୍ତ ଦୁଃଖଦ ଘଟଣା । ଆହତମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଇଛି । ଏହାସହ ଘଟଣା ଉପରେ ମୁଁ ନଜର ରଖିଛି । ମୃତକଙ୍କ ଆତ୍ମାର ସଦଗତି କାମନା କରୁଛି ଏବଂ ଶୋକସନ୍ତପ ପରିବାରକୁ ଭଗବାନ ଧୌର୍ଯ୍ୟ ଦିଅନ୍ତୁ । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 1, 2023, 7:00 AM IST

ABOUT THE AUTHOR

...view details