ଶ୍ରୀନଗର: ଜାମ୍ମୁ-କାଶ୍ମୀରର ଉଧମପୁରରେ ଏକ ଦୁଇଚକିଆ ଗାଡି ଶୋ'ରୁମରେ ଅଗ୍ନିକାଣ୍ଡ । ରବିବାର ମଧ୍ୟରାତ୍ରିରେ ଏହି ଭୟାନକ ଅଗ୍ନିକାଣ୍ଡ ଘଟିଛି । ନିଆଁରେ ଲକ୍ଷାଧିକ ଟଙ୍କାର ବାଇକ ଜଳିପୋଡି ଛାରଖାର ହୋଇଯାଇଛି । ଘଟଣାସ୍ଥଳରେ ତିନୋଟି ଫାୟାର ଇଞ୍ଜିନ୍ ମୁତୟନ ଅଛି । ନିଆଁ ଲିଭାଉଥିବା ସମୟରେ ତିନିଜଣ ଅଗ୍ନିଶମ ବିଭାଗର କର୍ମଚାରୀ ଆହତ ହୋଇଛନ୍ତି । ଏଯାଏଁ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।
ଗାଡି ଶୋ'ରୁମରେ ଭୟାନକ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ଗାଡି ନଷ୍ଟ - ଦୁଇ ଚକିଆ ଗାଡି ସୋରୁମରେ ଅଗ୍ନିକାଣ୍ଡି
ଦୁଇ ଚକିଆ ଗାଡି ଶୋ'ରୁମରେ ଭୟାବହ ଅଗ୍ନିକାଣ୍ଡି ଘଟିଛି । ନିଆଁ ଲିଭାଇବାକୁ ଘଟଣାସ୍ଥଳରେ ତିନୋଟି ଫାୟାର ଇଞ୍ଜିନ ମୁତୟନ ଅଛନ୍ତି । ଅଧିକ ପଢନ୍ତୁ...
![ଗାଡି ଶୋ'ରୁମରେ ଭୟାନକ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ଗାଡି ନଷ୍ଟ fire breaks out at two-wheeler showroom in jammu-kashmir](https://etvbharatimages.akamaized.net/etvbharat/prod-images/768-512-9547731-thumbnail-3x2-bike.jpg)
ଦୁଇ ଚକିଆ ଗାଡି ସୋରୁମରେ ଭୟାନକ ଅଗ୍ନିକାଣ୍ଡ
ସୂଚନାଯୋଗ୍ୟ, ଆଜି ମଧ୍ୟରାତ୍ରରେ ଶୋ'ରୁମଟିରେ ହଠାତ୍ ନିଆଁ ଲାଗିଯାଇଥିଲା । ଖବରପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରୁଛି । ଏଥିରେ ତିନି ଅଗ୍ନିଶମ କର୍ମଚାରୀ ଆହତ ହୋଇଛନ୍ତି । ତେବେ ବର୍ତ୍ତମାନ ନିଆଁକୁ ଆୟତ କରାଯାଇଥିବା ଜଣାପଡିଛି । କ୍ଷୟକ୍ଷତି ସମ୍ପର୍କରେ ସଠିକ ରୂପେ ସୂଚନା ମିଳି ନଥିବା ବେଳେ ଲକ୍ଷାଧିକ ଟଙ୍କାର ବାଇକ ପୋଡି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ