ଓଡିଶା

odisha

ETV Bharat / bharat

ଦିଲ୍ଲୀର ଏକ କାରଖାନାରେ ଭୟାବହ ଅଗ୍ନିକାଣ୍ତ, ଅଳ୍ପକେ ବର୍ତ୍ତିଲେ ୨ କର୍ମଚାରୀ

ନୋଏଡା ସେକ୍ଟର ୬୩ରେ ଥିବା ଘରୋଇ କମ୍ପାନୀରେ ଭୟାବହ ଅଗ୍ନିକାଣ୍ତ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ...

By

Published : Aug 9, 2021, 8:19 AM IST

ଘରୋଇ କମ୍ପାନୀରେ ଭୟାବହ ଅଗ୍ନିକାଣ୍ତ, ଅଳ୍ପକେ ବର୍ତ୍ତିଲେ ୨ କର୍ମଚାରୀ
ଘରୋଇ କମ୍ପାନୀରେ ଭୟାବହ ଅଗ୍ନିକାଣ୍ତ, ଅଳ୍ପକେ ବର୍ତ୍ତିଲେ ୨ କର୍ମଚାରୀ

ନୂଆଦିଲ୍ଲୀ: ନୋଏଡା ସେକ୍ଟର ୬୩ରେ ଥିବା ଘରୋଇ କମ୍ପାନୀରେ ଭୟାବହ ଅଗ୍ନିକାଣ୍ତ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ନିଆଁ ଲିଭା କାର୍ଯ୍ୟରେ ୬ଟି ଦମକଳ ଗାଡି ନିୟୋଜିତ ହୋଇଥିଲା ।

ସୂଚନା ଅନୁସାରେ,ନୂଆଦିଲ୍ଲୀ ନୋଏଡା ସେକ୍ଟର ୬୩ରେ ଥିବା ଏକ ଘରୋଇ କମ୍ପାନୀରେ କୈଣସି କାରଣ ବଶତଃ ନିଆଁ ଲାଗି ଯାଇଥିଲା । ନିଆଁ ଲାଗି ଥିବା ନେଇ କମ୍ପାନୀ କର୍ମଚାରୀ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଦମକଳ ଗାଡି ପହଞ୍ଚି ଥିଲା । ଅଗ୍ନିକାଣ୍ତର ଭୟାବହତା ଅଧିକ ଥିବାରୁ ନିଆଁ ଲିଭାଇବା ପାଇଁ ୬'ଟି ଦମକଳ ଗାଡି ନିୟୋଜିତ ହୋଇଥିଲା ।କମ୍ପାନୀ ଭିତରେ କାର୍ଯ୍ୟକରୁଥିବା ୨ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା ।

ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏନେଇ ସୂଚନା ଦେଇଛନ୍ତି ସେଣ୍ଟ୍ରାଲ ନୋଏଡାର ଡେପୁଟି କମିଶନର ହରିଶ ଚନ୍ଦ୍ର । ତେବେ ଏହି ଅଗ୍ନିକାଣ୍ତରେ କେହି ମୃତାହତ ହୋଇ ନଥିବା ବେଳେ କ୍ଷୟକ୍ଷତି ନେଇ ସୂଚନା ମିଳିନି ।

@ANI

ABOUT THE AUTHOR

...view details