କୋଲକାତା:ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦର ଟର୍ମିନାଲରେ ଲାଗିଲା ନିଆଁ । ଡିପାଚର ଟର୍ମିନାଲ ବିଲ୍ଡିଂରେ ନିଆଁ ଲାଗିଥିଲା । ଏସି କେବୁଲରୁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଫାଏର ଟିମ ନିଆଁ ଆୟତ କରିଛନ୍ତି । କ୍ଷୟକ୍ଷତି ସମ୍ପର୍କରେ ମଧ୍ୟ ସ୍ପଷ୍ଟ ସୂଚନା ମିଳିନି । କେହି ମୃତାହତ ହୋଇନଥିବା ମଧ୍ୟ ବିମାନ ବନ୍ଦର ପ୍ରାଧିକରଣ ସ୍ପଷ୍ଟ କରିଛନ୍ତି । ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ଆରମ୍ଭ ହୋଇଛି । ସାମୟିକ ସମୟ ପାଇଁ ବିମାନ ବନ୍ଦରରେ ଯାତ୍ରୀ ସେବା ବନ୍ଦ ରଖାଯାଇଥିଲା । ସମୟ ପ୍ରାୟ 9 ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଛି ।
ବିମାନ ବନ୍ଦର ପ୍ରାଧିକରଣ ଅଗ୍ନିକାଣ୍ଡ ନେଇ ଟ୍ବିଟ ଯୋଗେ ସୂଚନା ଦେଇଛି । ଏହା ଏକ ସାମାନ୍ୟ ଧରଣର ଅଗ୍ନିକାଣ୍ଡ ଥିଲା । ରାତି ପ୍ରାୟ 9.12 ରେ ଟର୍ମିନାଲ ବିଲ୍ଡିଂର ଚେକ-ଇନ ଏରିଆରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ତୁରନ୍ତ ହାଇଆଲର୍ଟ ଜାରି କରାଯିବା ସହ ନିଆଁକୁ ଆୟତ କରିବା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏକାଧିକ ଫାଏର ୟୁନିଟ ଏହି କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ସମୟ ପ୍ରାୟ 9.40 ସୁଦ୍ଧା ନିଆଁ ସମ୍ପୂର୍ଣ୍ଣ ଆୟତ ହୋଇଛି । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଡିପାଚର ଟର୍ମିନାଲ ବିଲ୍ଡିଂରୁ ବାହାର କରଯାଇଥିଲା । ଅଘଟଣ ପରେ ସାମୟିକ ସମୟ ପାଇଁ ଚେକ-ଇନ ପ୍ରକ୍ରିୟା ମଧ୍ୟ ବନ୍ଦ ରଖାଯାଇଥିଲା । ଏବେ ଏହା ଆରମ୍ଭ କରାଯାଇଛି । ଏୟାରପୋର୍ଟ ଅପରେସନ ଏବେ ସ୍ବାଭାବିକ ହୋଇସରିଥିବା ଟ୍ବିଟରେ ସ୍ପଷ୍ଟ କରିଛି ଏୟାରପୋର୍ଟ ଅଥରିଟି ।