ଚେନ୍ନାଇ:ଚେନ୍ନାଇ ସରକାରୀ ହସ୍ପିଟାଲରେ ଅଗ୍ନିକାଣ୍ଡ । ଚେନ୍ନାଇ ରାଜୀବ ଗାନ୍ଧୀ ସରକାରୀ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ(Fire in Rajiv Gandhi Government Hospital) । ସକାଳ ୧୧ ଟା ସମୟରେ ହସ୍ପିଟାଲର ଅସ୍ତ୍ରପୋଚାର ବିଭାଗରେ(Surgical ward ) ଏହି ଅଗ୍ନିକାଣ୍ଡ ଘଟିଛି । ତେବେ ଏଥିରେ କେହି ମୃତାହତ ହୋଇ ନଥିବା ବେଳେ ନିଆଁ ଲାଗିବାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ଅଗ୍ନିକାଣ୍ଡ ସମୟରେ ହସ୍ପିଟାଲରେ ୪ଟି ଗ୍ୟାସ ସିଲିଣ୍ଡର ରହିଥିବା ବେଳେ ସେଥିରୁ ଗୋଟିଏ ବିସ୍ପୋରଣ ହୋଇଯାଇଥିବା ନେଇ ସୂଚନା ରହିଛି ।
ରାଜୀବ ଗାନ୍ଧୀ ସରକାରୀ ହସ୍ପିଟାଲରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ - ଚେନ୍ନାଇ ଅଗ୍ନିକାଣ୍ଡ ଖବର
ସରକାରୀ ହସ୍ପିଟାଲରେ ଅଗ୍ନିକାଣ୍ଡ । ଚେନ୍ନାଇ ରାଜୀବ ଗାନ୍ଧୀ ସରକାରୀ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ(Fire in Rajiv Gandhi Government Hospital) । କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ
ରାଜୀବ ଗାନ୍ଧି ସରକାରୀ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ
ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ତେବେ ହସ୍ପିଟାଲ ମଧ୍ୟରେ ଥିବା ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି । ହସ୍ପିଟାଲ ଗୋଟିଏ ପୁରୁଣା ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଅନ୍ୟ ୩ ଗୋଟି କୋଠା ନିଆଁ ଆଁରୁ ବର୍ତ୍ତିଯାଇଛି । ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ତର କାରଣ ଅସ୍ପଷ୍ଟ ରହିଥିବା ବେଳେ ଅଗ୍ନିକାଣ୍ତରେ କେହି ମୃତାହତ ହୋଇ ନାହାନ୍ତି । ଏନେଇ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଜେ ରାଧାକ୍ରିଷନ ସୂଚନା ଦେଇଛନ୍ତି । ଖବରପାଇ ପୋଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି ।
Last Updated : Apr 27, 2022, 1:37 PM IST