ଓଡିଶା

odisha

ETV Bharat / bharat

ଗୁଜୁରାଟ କୋଭିଡ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, 16 ମୃତ

ଗୁଜରାଟର ଭରୁଚରେ ସ୍ଥିତ ପଟେଲ ୱେଲଫେୟାର କୋଭିଡ କେୟାର ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ 16 ଜଣଙ୍କ ମୃତ୍ୟୁ । ସର୍ଟସର୍କିଟ ଯୋଗୁଁ ହସ୍ପିଟାଲରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଅଧିକ ପଢନ୍ତୁ...

By

Published : May 1, 2021, 6:36 AM IST

Updated : May 1, 2021, 9:37 AM IST

କୋଭିଡ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, 14 ମୃତ
କୋଭିଡ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, 14 ମୃତ

ଗାନ୍ଧୀନଗର:କୋଭିଡ କେୟାର ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ । ଗୁଜରାଟର ଭରୁଚ ସ୍ଥିତ ପଟେଲ ୱେଲଫେୟାର କୋଭିଡ କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟି 16 ଜଣଙ୍କର ମୃତ୍ୟୁ ହୋଇଛି । ହସ୍ପିଟାଲରେ ଥିବା ଅନ୍ୟ ରୋଗୀଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଗତକାଲି ରାତିରେ ପଟେଲ ୱେଲଫେୟାର ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି 16 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସର୍ଟସର୍କିଟ ଯୋଗୁଁ ହସ୍ପିଟାଲରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

ଗୁଜୁରାଟ କୋଭିଡ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, 14 ମୃତ

ଏହି ଘଟଣାରେ ଦୁଃଖ ପ୍ରକାଶ କରି ମୃତକଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେହିପରି ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ଏ ଘଟଣାର ତଦନ୍ତ କରିବାକୁ ଦୁଇଜଣ ବରିଷ୍ଠ ଆଇଏସ୍ ଅଧିକାରୀ, ଶ୍ରମ ଓ ରୋଜଗାର ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭିପୁଲ ମିତ୍ର ଏବଂ କମିଶନର ମ୍ୟୁନିସିପାଲଟି ରାଜକୁମାର ବେନିୱାଲଙ୍କୁ ନିର୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 1, 2021, 9:37 AM IST

ABOUT THE AUTHOR

...view details