ଜୟପୁର:ଭାରତରେ ସାଧାରଣତଃ ଗ୍ରୀଷ୍ମ ଋତୁରେ ଦଖାଯାଉଥିବା ବନାଗ୍ନିର ପ୍ରକୋପ ମାର୍ଚ୍ଚ ଶେଷ ସପ୍ତାହରୁ ପୁଣି ଥିଲେ ଦେଶବ୍ୟାପୀ ଦେଖିବାକୁ ମିଳିଲାନି । ରାଜସ୍ଥାନର ସରିସ୍କା ବ୍ୟାଘ୍ର ଅଭୟାରଣ୍ୟରେ ନିଆଁ ଲାଗିଛି । କେଉଁ କାରଣରୁ ନିଆଁ ଲାଗିଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ନିଆଁ ବ୍ୟାପିବାରେ ଲାଗିଛି । ନିଆଁକୁୁ ଆୟତ କରିବାରେ ଯୋଗାଯୋଗ ସମସ୍ୟା ପାଲଟିଥିବା ଯୋଗୁ ବାୟୁସେନାର ଦୁଇ ହେଲିକପ୍ଟର ନିଆଁଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।
ସ୍ଥାନୀୟ ଜିଲ୍ଲା ପ୍ରଶାସନର ଅନୁରୋଧ କ୍ରମେ ଦୁଇ ହେଲିକପ୍ଟରକୁ ନିଆଁ ଲିଭା କାମରେ ଲଗାଯାଇଥିବା ବାୟୁସେନା କର୍ତ୍ତୁପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି । ଜଙ୍ଗଲର ଏକ ବଡ ଅଂଶରେ ନିଆଁ ବ୍ୟାପି ସାରିଥିବାବେଳେ ଅଗ୍ନିଶମ ଟିମ ଜଙ୍ଗଲ ମଧ୍ୟରେ ପ୍ରବେଶ କରିବା ସମ୍ଭବପର ହେଉନାହିଁ । ଭାରତୀୟ ବାୟୁସେନାର ଦୁଇ MI-17 ହେଲିକପ୍ଟର ଆକଶମାର୍ଗରୁ ଜଳ ସିଞ୍ଚନ କରି ନିଆଁକୁ ଆୟତ କରିବାକୁ ପ୍ରୟାସ ଜାରି ରଖିଛନ୍ତି ।