ନୂଆଦିଲ୍ଲୀ: ମୋତି ନଗର ଅଞ୍ଚଳର ରାମା ରୋଡସ୍ଥିତ ଏକ କମ୍ପାନୀରେ ଭୟାବହ ଅଗ୍ନିକାଣ୍ଡ । ତେବେ ନିଆଁ ଏତେ ଭୟଙ୍କର ଥିଲା ଯେ, ଏହାକୁ ଆୟତ କରିବାକୁ ନିୟୋଜିତ ହୋଇଥିଲେ 25 ଟି ଅଗ୍ନିଶମ ବାହିନୀ । ଏହି ଅଗ୍ନିକାଣ୍ଡରେ 4 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଆହତଙ୍କ ସମ୍ପର୍କରେ ଏଯାବତ୍ କୌଣସି ସୂଚନା ମିଳିନାହିଁ ।
ସୂଚନାମୁତାବକ, ରାମା ରୋଡରେ ଅବସ୍ଥିତ ହାର୍ଲି ଡେଭିଡସନ ଏକ କମ୍ପାନୀରେ ଗତକାଲି(ଶୁକ୍ରବାର) ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଏହି ନିଆଁ ପ୍ରଥମେ ପ୍ରଥମ ଏବଂ ଦ୍ବିତୀୟ ମହଲାରେ ଲାଗିଥିଲା । ଯେଉଁଠାରେ ପ୍ଲାଷ୍ଟିକ୍ ସାମଗ୍ରୀ ଏବଂ କବାଡ଼ିଖାନା ଥିଲା ଏବଂ ଏହାର ତୃତୀୟ ମହଲାରେ ଏକ ରେସ୍ତୋରାଁ ଓ କ୍ଲବ ଥିବା । କିନ୍ତୁ ନିଆଁର ମାତ୍ରା ଏତେ ଅଧିକ ଥିଲା ଯେ, ଏହା ସଙ୍ଗେ ସଙ୍ଗେ ସମ୍ପୁର୍ଣ୍ଣ ବିଲ୍ଡିଂରେ ବ୍ୟାପି ଯାଇଥିଲା ।