ଓଡିଶା

odisha

By

Published : Oct 4, 2021, 9:46 AM IST

ETV Bharat / bharat

Kheri Violence; କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଓ ତାଙ୍କ ପୁଅଙ୍କ ନାଁରେ ଏତଲା

ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀ ହିଂସା କାଣ୍ତ ନେଇ କାର୍ଯ୍ୟାନୁଷ୍ଠାନ । ହିଂସାକାଣ୍ଡରେ ସଂପୃକ୍ତି ଥିବା ଅଭିଯୋଗରେ ଉତ୍ତର ପ୍ରଦେଶ ପୋଲିସ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ଓ ତାଙ୍କ ପୁଅଙ୍କ ବିରୋଧରେ ମାମଲା ରୁଜୁ କରିଛି । ଅଧିକ ପଢନ୍ତୁ...

ଖେରୀ ହିଂସା ;କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଓ ତାଙ୍କ ପୁଅଙ୍କ ବିରୋଧରେ ମାମଲା ରୁଜୁ
ଖେରୀ ହିଂସା ;କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଓ ତାଙ୍କ ପୁଅଙ୍କ ବିରୋଧରେ ମାମଲା ରୁଜୁ

ଲକ୍ଷ୍ମୌ:ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀ ହିଂସା କାଣ୍ତ ନେଇ କାର୍ଯ୍ୟାନୁଷ୍ଠାନ । ହିଂସାକାଣ୍ଡରେ ସଂପୃକ୍ତି ଥିବା ଅଭିଯୋଗରେ ଆଜି ଉତ୍ତର ପ୍ରଦେଶ ପୋଲିସ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଓ ତାଙ୍କ ପୁଅଙ୍କ ବିରୋଧରେ ମାମଲା ରୁଜୁ କରିଛି । ତେବେ ଏ ଘଟଣାରେ ୮ ଜଣଙ୍କ ମୃତ୍ୟୁ ବେଳେ ଏହା ଉଗ୍ର ରୂପ ନେଇଥିଲା । ଆନ୍ଦୋଳନକାରୀ କୃଷକଙ୍କ ଉପରେ ଗାଡି ଚଢାଇଥିବା ମନ୍ତ୍ରୀ ଓ ତାଙ୍କ ପୁଅଙ୍କ ବିରୋଧଙ୍କୁ ଗିରଫ କରିବା ପାଇଁ ଯୋଗୀ ସରକାରଙ୍କ ପାଖରେ ବିକେୟୁ ସଂଗଠନ ,ସଂଯୁକ୍ତ କିଷାନ୍‌ ମୋର୍ଚ୍ଚା ସମେତ କେତେକ କୃଷକ ନେତା ଦାବି କରିଥିଲେ ।

ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଭିଡିଓରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଦେଇଥିବା ନିର୍ଦ୍ଦିଷ୍ଟ କେତେକ ମନ୍ତବ୍ୟ କାରଣରୁ ତାଙ୍କୁ ଗିରଫ କରିବା ପାଇଁ ଟିକାୟତ ଦାବି କରିଥିଲେ । ତେବେ କୃଷି ଆଇନକୁ ବିରୋଧ କରି କୃଷକଙ୍କ ଆନ୍ଦୋଳନ ଦୀର୍ଘ ଦିନ ଧରି ଜାରି ରହିଛି । କିନ୍ତୁ ଦୀର୍ଘ ୧୦ ଦିନ ହେବ ଜିଲ୍ଲାରେ ମାହୋଲ ଖରାପ ଥିବା କହିଛନ୍ତି ରାକେଶ ଟିକାୟତ ।

ସୂଚନା ଅନୁସାରେ ରବିବାର ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀରେ ଚାଷୀଙ୍କ ପ୍ରଦର୍ଶନ ଚାଲିଥିଲା । ଏହି ସମୟରେ ଚାଷୀଙ୍କ ଉପରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ କାର ଚଢାଇ ଦେଇଥିବା ଅଭିଯୋଗ ହୋଇଛି । ପରେ ସ୍ଥିତି ଅଶାନ୍ତ ହୋଇ ପଡିଥିଲା । ଯାହା ପରେ ଉଗ୍ର ରୂପ ନେଇଥିଲା । ହିଂସାରେ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିଛି ପୋଲିସ ।

ABOUT THE AUTHOR

...view details