କୋଲକାତା:ଦେବୀ କାଳୀଙ୍କ ସିଗାରେଟ୍ ଟାଣୁଥିବା ଫିଲ୍ମ ପୋଷ୍ଟର ସମ୍ପର୍କରେ ଟିଏମସି ସାଂସଦ ମହୁଆ ମଇତ୍ର(TMC MP Mahua Moitra) ବୟାନ ଦେଇ ବିବାଦରେ ଫସି ଯାଇଛନ୍ତି । ବିଜେପି ନେତାମାନେ ସାଂସଦଙ୍କ ବୟାନକୁ ଜୋରଦାର ବିରୋଧ କରୁଥିବା ବେଳେ ଟିଏମସି ମଧ୍ୟ ନିନ୍ଦା କରିଛି । ମହୁଆ ମଇତ୍ରଙ୍କ ବିବାଦୀୟ ବୟାନକୁ ନେଇ ଆଜି ତାଙ୍କ ବିରୁଦ୍ଧରେ ଭୋପାଳରେ ମାମଲା ରୁଜୁ ହୋଇଛି । ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ନେଇ ଆଇପିସିର ଧାରା ୨୯୫Aରେ ମାମଲା ରୁଜୁ କରାଯାଇଛି । ପୂର୍ବରୁ ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ମଧ୍ୟ ଏନେଇ ମାମଲା ରୁଜୁ ହୋଇଥିଲା । ଅନ୍ୟପଟେ ଏହି ବିବାଦ ମଧ୍ୟରେ ଆଜି ସାଂସଦ ନିଜ ପାର୍ଟି (TMC)ର ଅଫିସିଆଲ ଟ୍ବିଟର ହ୍ୟାଣ୍ଡଲକୁ ଅନଫଲୋ (unfollowed) କରିଛନ୍ତି ।
ଦେବୀ କାଳୀଙ୍କ ଉପରେ ମହୁଆ ମଇତ୍ରଙ୍କ ବିବାଦୀୟ ବୟାନ, ଭୋପାଳରେ ମାମଲା ରୁଜୁ - କାଳୀଙ୍କ ଉପରେ ବିବାଦୀୟ ବୟାନ
ଦେବୀ କାଳୀଙ୍କ ସମ୍ପର୍କରେ ଟିଏମସି ସାଂସଦ ମହୁଆ ମଇତ୍ରଙ୍କ ବିବାଦୀୟ ବୟାନ । ଭୋପାଳରେ ମାମଲା ରୁଜୁ । ଗରଫ ଦାବି କଲା ବିଜେପି । ଅଧିକ ପଢନ୍ତୁ
![ଦେବୀ କାଳୀଙ୍କ ଉପରେ ମହୁଆ ମଇତ୍ରଙ୍କ ବିବାଦୀୟ ବୟାନ, ଭୋପାଳରେ ମାମଲା ରୁଜୁ କାଳୀଙ୍କ ଉପରେ ମହୁଆ ମଇତ୍ରଙ୍କ ବିବାଦୀୟ ବୟାନ, ଭୋପାଳରେ ମାମଲା ରୁଜୁ](https://etvbharatimages.akamaized.net/etvbharat/prod-images/768-512-15751517-thumbnail-3x2-mahua.jpg)
କହିରଖୁଛୁ କି, ଦେବୀ କାଳୀ ସିଗାରେଟ ଟାଣୁଥିବା ଡକ୍ୟୁମେଣ୍ଟାରୀ ଫିଲ୍ମର ଏକ ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏକ ମିଡିଆ ଇଭେଣ୍ଟରେ ଏହା ଉପରେ ସାଂସଦ ମହୁଆ ମଇତ୍ର ପ୍ରତିକ୍ରିୟା ଦେଇଥିଲେ ଯେ, '' ନିଜ ନିଜର ଦେବୀଙ୍କୁ କଳ୍ପନା କରିବାର ସ୍ବାଧୀନତା ଅଛି । ମୋ କାଳୀ ପାଇଁ ମଦ ମାଂସ ଖାଉଥିବା ଦେବୀ ଅଟନ୍ତି । ଭୁଟାନ, ସିକିମ୍ ଭଳି କିଛି ସ୍ଥାନରେ ଦେବୀଙ୍କୁ ହ୍ବିସ୍କି ପ୍ରସାଦ ରୂପେ ଅର୍ପଣ କରାଯାଏ । କିନ୍ତୁ ଯଦି ଉତ୍ତରପ୍ରଦେଶ ଭଳି ସ୍ଥାନରେ ଏହାକୁ ନିନ୍ଦା କରାଯାଇପାରେ ।''
ମହୁଆଙ୍କ ଏହି ବୟାନ ପରେ ରାଜ୍ୟ ବିଜେପି ତାଙ୍କୁ ବିରୋଧ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ତୃଣମୂଳ କଂଗ୍ରେସ ମଧ୍ୟ ଏହାକୁ ତୀବ୍ର ନିନ୍ଦା କରିଥିଲା । ଟିଏମସି ସାଂସଦ ମହୁଆଙ୍କ ବୟାନକୁ ନେଇ ଚାରିଆଡେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି ।