ଓଡିଶା

odisha

ETV Bharat / bharat

RJD ବିଧାୟକ ତେଜ ପ୍ରତାପ ଯାଦବଙ୍କ ବିରୁଦ୍ଧରେ FIR ରୁଜୁ

ରାଷ୍ଟ୍ରୀୟ ଜନତା ଦଳ(RJD) ସୁପ୍ରିମୋ ଲାଲୁ ଯାଦବଙ୍କ ବଡ ପୁଅ ତଥା ବିଧାୟକ ତେଜ ପ୍ରତାପ ଯାଦବଙ୍କ ନାଁରେ FIR ରୁଜୁ । ଅଧିକ ପଢନ୍ତୁ

RJD ବିଧାୟକ ତେଜ ପ୍ରତାପ ଯାଦବଙ୍କ ବିରୁଦ୍ଧରେ FIR ରୁଜୁ
RJD ବିଧାୟକ ତେଜ ପ୍ରତାପ ଯାଦବଙ୍କ ବିରୁଦ୍ଧରେ FIR ରୁଜୁ

By

Published : Dec 30, 2021, 8:04 AM IST

ପାଟନା: ରାଷ୍ଟ୍ରୀୟ ଜନତା ଦଳ(RJD) ସୁପ୍ରିମୋ ଲାଲୁ ଯାଦବଙ୍କ ବଡ ପୁଅ ତଥା ବିଧାୟକ ତେଜ ପ୍ରତାପ ଯାଦବଙ୍କ ପାଇଁ ବଢିଲା ଅଡୁଆ । ୨୦୨୦ ବିହାର ବିଧାନସଭା ନିର୍ବାଚନ ସମୟରେ ଦାଖଲ ସତ୍ୟପାଠରେ ନିଜ ସମ୍ପତ୍ତି ବିବରଣୀ ଲୁଚାଇବା ଅଭିଯୋଗରେ ତେଜ ପ୍ରତାଙ୍କ ବିରୋଧରେ ଏଫଆଇଆର(FIR ) ରୁଜୁ ହୋଇଛି । ଭାରତୀୟ ନିର୍ବାଚନ ଆୟୋଗର ତଦନ୍ତ ପରେ RJD ବିଧାୟକଙ୍କ ନାଁରେ ସମସ୍ତିପୁର ଅନ୍ତର୍ଗତ ରୋସେରା(Rosera) ଥାନାରେ FIR ପଞ୍ଜିକୃତ କରାଯାଇଛି ।

ଅଭିଯୋଗ ଅନୁଯାୟୀ, ୨୦୨୦ ଅକ୍ଟୋବର ୧୩ରେ ତେଜ ପ୍ରତାପ ରାଷ୍ଟ୍ରୀୟ ଜନତା ଦଳର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ନାମାଙ୍କନ ଦାଖଲବେଳେ ତେଜ ପ୍ରତାପ ଦାଖଲ କରିଥିବା ସତ୍ୟପାଠରେ ନିଜର ସମ୍ପତ୍ତି ବିବରଣୀ ଲୁଚାଯାଇଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗର କପି ନିର୍ବାଚନ ଆୟୋଗଙ୍କୁ ପଠାଯିବା ପରେ ମାମଲାର ତଦନ୍ତ ପାଇଁ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ପରିଷଦ ( Central Board of Direct Taxes)କୁ ପତ୍ର ଲେଖିଥିଲେ ଆୟୋଗ ।

CBDT ତଦନ୍ତ ପରେ ଏହି ସିଦ୍ଧାନ୍ତରେ ପହଞ୍ଚିଥିଲା ଯେ, ତେଜ ପ୍ରତାପ ଦେଇଥିବା ନିଜ ସମ୍ପତ୍ତି ବିବରଣୀ ଭୁଲ୍ । RJD ବିଧାୟକ ୨୦୧୫ ଏବଂ ୨୦୨୦ ବିଧାନସଭା ନିର୍ବାଚନ ପାଇଁ ଦାଖଲ କରିଥିବା ସତ୍ୟପାଠ ମଧ୍ୟରେ ତାଙ୍କର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତିରେ 82,40867 ଟଙ୍କା ବୃଦ୍ଧି ହୋଇଥିବା କୁହାଯାଇଥିଲା, ଯେତେବେଳେ କି ୨୦୧୫-୧୬ ରୁ ୨୦୧୬-୨୦ ଆର୍ଥିକ ବର୍ଷ ଯାଏଁ ଆୟକର ବିବରଣୀ ହିସାବ ଅନୁଯାୟୀ ତାଙ୍କ ମୋଟ ଆୟ 22,76220 ହେଉଛି । ଏଥିସହ ଗୋପାଳଗଞ୍ଜ ଠାରେ ତେଜ ପ୍ରତାପ ନାଁରେ ଯେଉଁ ଜମି ସବ ରେଜିଷ୍ଟର ହୋଇଛି, ୨୦୨୦ ନିର୍ବାଚନ ପାଇଁ ସେ ଦାଖଲ କରିଥିବା ଆଫିଡେଭିଟ ସହ ମେଳ ଖାଉନାହିଁ ।

CBDTର ତଦନ୍ତ ପରେ ହସନପୁର(Hasanpur) ବିଧାୟକ ତେଜ ପ୍ରତାପ ଯାଦବଙ୍କୁ ନିର୍ବାଚନ ଆୟୋଗ ଏକ କାରଣ ଦର୍ଶାଅ ନୋଟିସ ମଧ୍ୟ ପଠାଇଥିଲେ ଏବଂ ତିନି ସପ୍ତାହ ମଧ୍ୟରେ ଏହାର ଜବାବ ରଖିବାକୁ କହିଥିଲେ । ହେଲେ ନିର୍ଦ୍ଧାରିତ ସମୟରେ ଜବାବ ଦେବାରେ RJD ବିଧାୟକ ବିଫଳ ହେବାରୁ ତାଙ୍କ ନାଁରେ FIR ପଞ୍ଜୀକୃତ ହୋଇଛି ।

ABOUT THE AUTHOR

...view details