ମୁମ୍ବାଇ:ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ଦ୍ବାରା ଗିରଫ ଶିବସେନା ନେତା ସଞ୍ଜୟ ରାଉତଙ୍କ ବଢୁଛି ଅଡୁଆ । ଗୋଟିଏ ପରେ ଗୋଟିଏ ବିବାଦରେ ଛନ୍ଦି ହେବାରେ ଲାଗିଛନ୍ତି ସଞ୍ଜୟ । ଜମି ଦୁର୍ନୀତି ମାମଲାରେ(Money Laundering Case) ଗତକାଲି ଗିରଫ ହୋଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେପାଜତରେ ଥିବା ସଞ୍ଜୟଙ୍କ ବିରୋଧରେ ଆଉ ଏକ ମାମଲା ରଜୁ ହୋଇଛି । ମାମଲାରେ ସାକ୍ଷୀ ଥିବା ଶିବସେନା ନେତାଙ୍କ ଘନିଷ୍ଠ ସହଯୋଗୀ କୁହାଯାଉଥିବା ସୁଜିତ ପଟକରଙ୍କ ପତ୍ନୀ ସ୍ବପ୍ନା ପାଟକରଙ୍କୁ ସଞ୍ଜୟ ଧମକ ଦେବା ଅଭିଯୋଗ ପରେ ଏହି ମାମଲା ରୁଜୁ (FIR Against Sanjay Raut)ହୋଇଛି । ମହାରାଷ୍ଟ୍ର ଭୋକଲା ପୋଲିସ ଷ୍ଟେସନରେ ରାଉତଙ୍କ ବିରୋଧରେ IPC ର ଧାରା 504,506 ଓ 509ରେ ମାମଲା ରୁଜୁ କରିଛି ପୋଲିସ ।
Money Laundering Case: ବଢୁଛି ସଞ୍ଜୟଙ୍କ ଅଡୁଆ, ମହିଳା ସାକ୍ଷୀଙ୍କୁ ଧମକ ଅଭିଯୋଗରେ ମାମଲା ରୁଜୁ - ସଞ୍ଜୟ ରାଉତଙ୍କ ନାମରେ ଏତଲା
ବଢିବାରେ ଲାଗିଛି ଶିବସେନା ନେତା ସଞ୍ଜୟ ରାଉତଙ୍କ ଅଡୁଆ । ଜମି ଦୁର୍ନୀତି ମାମଲାରେ ଜଣେ ମହିଳା ସାକ୍ଷୀଙ୍କୁ ଧମକ ଦେବା ଅଭିଯୋଗ ପରେ ରୁଜୁ ହେଲା ମାମଲା । ଗତକାଲି ମଧ୍ୟରାତ୍ରୀରୁ ଗିରଫ ହୋଇ ED ହେପାଜତରେ ରହିଛନ୍ତି ସଞ୍ଜୟ । ଅଧିକ ପଢନ୍ତୁ
![Money Laundering Case: ବଢୁଛି ସଞ୍ଜୟଙ୍କ ଅଡୁଆ, ମହିଳା ସାକ୍ଷୀଙ୍କୁ ଧମକ ଅଭିଯୋଗରେ ମାମଲା ରୁଜୁ Money laundering case: ବଢୁଛି ସଞ୍ଜୟଙ୍କ ଅଡୁଆ, ମହିଳା ସାକ୍ଷୀଙ୍କୁ ଧମକ ଅଭିଯୋଗରେ ରୁଜୁ ହେଲା ମାମଲା](https://etvbharatimages.akamaized.net/etvbharat/prod-images/768-512-15979496-thumbnail-3x2-g.jpg)
ସ୍ବପ୍ନା ଏହି ମାମଲାରେ ସାକ୍ଷୀ ରହିଛନ୍ତି । ତେବେ ସେ ସଞ୍ଜୟ ରାଉତ ତାଙ୍କୁ ଧମକ ଦେଇଥିବା ଅଭିଯୋଗ କରିଥିଲେ । ରାଉତ ତାଙ୍କୁ ଏକ ଫୋନ କଲରେ ଧମକ ଦେଉଥିବାର ଅଡିଓ କ୍ଲିପ ମଧ୍ୟ ଭାଇରାଲ ହୋଇଥିଲା । ସେହି ଲ୍ୟାଣ୍ଡ ସ୍କାମ ମାମଲାରେ ଏବେ ଗିରଫ ହୋଇ ସଞ୍ଜୟ ରାଉତ ED ହେପାଜତରେ ଥିବା ବେଳେ ଏବେ ସ୍ବପ୍ନାଙ୍କ ଏହି ଅଭିଯୋଗ ସଞ୍ଜୟଙ୍କ ପାଇଁ ଅଡୁଆ ବଢାଇଛି । ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିବା, ସାକ୍ଷୀଙ୍କୁ ଧମକ ଦେବା ପରି ସଙ୍ଗୀନ ଦଫା ସହ ସଞ୍ଜୟଙ୍କ ନାମରେ ମାମଲା ରୁଜୁ କରିଛି ପୋଲିସ ।
ଗତକାଲି ସନ୍ଧ୍ୟାରେ ସଞ୍ଜୟଙ୍କୁ ଦୀର୍ଘ ସମୟ ଧରି ଜେରା କରିବା ପରେ କାର୍ଯ୍ୟାଳୟକୁ ଆଣିଥିଲା ଇଡି । ପରେ ତାଙ୍କୁ ଗତକାଲି ମଧ୍ୟରାତ୍ରୀରେ ଗିରଫ କରାଯାଇଥିବା ସୂଚନା ମିଳିଛି । ସଞ୍ଜୟଙ୍କ ଭାଇ ଏହାକୁ ବିଜେପିର ଏକ ଷଡଯନ୍ତ୍ର ବୋଲି କହିଛନ୍ତି । ଆଜି ପୂର୍ବାହ୍ନରେ ତାଙ୍କୁ କୋର୍ଟରେ ହାଜର କରିବା ନେଇ ମଧ୍ୟ ସୂଚନା ରହିଛି । ଗତକାଲି ଚଢାଉ ବେଳେ ରାଉତଙ୍କ ବାସଭବନରୁ ପ୍ରାୟ 12 ଲକ୍ଷ ନଗଦ ଟଙ୍କା ଜବତ କରିଥିଲା ତଦନ୍ତକାରୀ ଟିମ ।