ଓଡିଶା

odisha

ETV Bharat / bharat

FIR Against karnataka Minister: କଣ୍ଟ୍ରାକ୍ଟର ଆତ୍ମହତ୍ୟା ମାମଲା, ମନ୍ତ୍ରୀଙ୍କ ବିରୋଧରେ ଏତଲା - କର୍ଣ୍ଣାଟକ ମନ୍ତ୍ରୀଙ୍କ ବିରୋଧରେ ଏତଲା

କର୍ଣ୍ଣାଟକରେ କଣ୍ଟ୍ରାକ୍ଟର ସନ୍ତୋଷ ପାଟିଲ ଆତ୍ମହତ୍ୟା ମାମଲାରେ ବଢିଲା ମନ୍ତ୍ରୀ କେ.ଏସ ଇଶ୍ବରପ୍ପାଙ୍କ ଅଡୁଆ । IPC ଧାରା 34 ଓ 306 ଏତଲା ଦାଏର କଲା ପୋଲିସ । ଜାରି ରହିଛି ତଦନ୍ତ । ଅଧିକ ପଢନ୍ତୁ

FIR against karnataka Minister: କଣ୍ଟ୍ରକ୍ଟର ଆତ୍ମହତ୍ୟା ମାମଲା, ମନ୍ତ୍ରୀଙ୍କ ବିରୋଧରେ ଏତଲା ଦାଏର
FIR against karnataka Minister: କଣ୍ଟ୍ରକ୍ଟର ଆତ୍ମହତ୍ୟା ମାମଲା, ମନ୍ତ୍ରୀଙ୍କ ବିରୋଧରେ ଏତଲା ଦାଏର

By

Published : Apr 13, 2022, 5:12 PM IST

ବେଙ୍ଗାଲୁରୁ:କର୍ଣ୍ଣାଟକରେ କଣ୍ଟ୍ରାକ୍ଟର ସନ୍ତୋଷ ପାଟିଲ ଆତ୍ମହତ୍ୟା ମାମଲାରେ ମନ୍ତ୍ରୀ କେ.ଏସ ଇଶ୍ବରପ୍ପା ଅଡୁଆ ବଢିବାରେ ଲାଗିଛି । ମାମଲାରେ ମନ୍ତ୍ରୀଙ୍କ ବିରୋଧରେ ସଙ୍ଗୀନ ଦଫାରେ ଏତଲା ଦାଏର କରିଛି କର୍ଣ୍ଣାଟକ ପୋଲିସ । ଭାରତୀୟ ଦଣ୍ଡ ସଂହିତା (IPC) ଧାରା 34 ଓ 306 ରେ ମନ୍ତ୍ରୀଙ୍କ ବରୋଧରେ ପୋଲିସ ଏତଲା ଦାଏର କରିଥିବା ସୂଚନା ମିଳିଛି ।

କର୍ଣ୍ଣାଟକକ ପଶ୍ଚିମାଞ୍ଚଳ ପୋଲିସ ଆଇଜି ଦେବାଜ୍ୟୋତି ରାୟ କହିଛନ୍ତି ମନ୍ତ୍ରୀ ଇଶ୍ବରପ୍ପା ଓ ତାଙ୍କର ଦୁଇ ସହଯୋଗୀଙ୍କ ନାମରେ ଏତଲା ଦାଏର ହୋଇଛି । ପୋଲିସ ତଦନ୍ତ ମଧ୍ୟ ଆରମ୍ଭ କରିସାରିଛି । ଘଟଣାରେ ମନ୍ତ୍ରୀଙ୍କ ନାମରେ ଏତଲା ପୂର୍ବରୁ ଏକ ଅପମୃତ୍ୟୁ ମାମଲା ଦାଏର କରିଥିଲା ପୋଲିସ । ଆତ୍ମହତ୍ୟାସ୍ଥଳରୁ ମିଳିଥିବା ପାରିପାର୍ଶ୍ବିକ ପ୍ରମାଣ, ସାମଗ୍ରୀ ଓ ଡିଜିଟାଲ ପ୍ରମାଣକୁ ଏକାଠି କରିବାରେ ଲାଗିଛି ପୋଲିସ । ମାମଲାରେ ସମସ୍ତ ଦିଗରୁ ତଦନ୍ତ ଜାରି ରହିଛି ଓ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପୋଲିସ କହିଛି ।

କଣ୍ଟ୍ରାକ୍ଟରଙ୍କ ଆତ୍ମହତ୍ୟା ପରେ ତାଙ୍କ ଭାଇ ପ୍ରଶାନ୍ତ ଗୌଦପ୍ପା ପାଟିଲ ମନ୍ତ୍ରୀ ଇଶ୍ବରପ୍ପାଙ୍କୁ ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଇ ଏତଲା ଦାଏର କରିଥିଲେ । ଇଶ୍ବରପ୍ପାଙ୍କ ଦୁଇ ସହଯୋଗୀ ରମେଶ ଓ ବଶବରାଜଙ୍କୁ ମଧ୍ୟ ମାମଲାରେ ଅଭିଯୁକ୍ତ ବୋଲି ଦର୍ଶାଯାଇଛି ।

ଅଭିଯୋଗ ଅନୁସାର, ସନ୍ତୋଷ ସରାକାରୀ କାର୍ଯ୍ୟ ପାଇଁ ଠିକା ପାଇଥିବା ବେଳେ ତାଙ୍କୁ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଥିଲେ ମନ୍ତ୍ରୀ ଇଶ୍ବରପ୍ପା । ପରେ ସେ ନିଜ ଖର୍ଚ୍ଚରେ ପ୍ରାୟ 4କୋଟି ଖର୍ଚ୍ଚରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ପରେ ତାଙ୍କୁ ଅନୂଦାନ ରାଶି ପ୍ରଦାନ କରିବାରେ ବିଳମ୍ବ କରାଯାଇଥିଲା । ଅନୂଦାନ ରାଶି ପ୍ରଦାନ ପାଇଁ ତାଙ୍କୁ ମୋଟ ବିଲ୍‌ ପରିମାଣର 40 ପ୍ରତିଶତ ଲାଞ୍ଚ ମାଗିଥିଲେ ମନ୍ତ୍ରୀ ଓ ତାଙ୍କ ସହଯୋଗୀ । ଫଳରେ ସନ୍ତୋଷ ପାଟିଲ ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିବା ସନ୍ତୋଷଙ୍କ ଭାଇ ଓ ତାଙ୍କ ପରିବାର ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ନେଇ ସ୍ବୀକାର କରିଛନ୍ତି ମୁଖ୍ୟମନ୍ତ୍ରୀ ବଶବରାଜ ବୋମାଇ । ସେ ମଧ୍ୟ ଫୋନରେ ମନ୍ତ୍ରୀ ଇଶ୍ବରପ୍ପାଙ୍କ ସହ କଥା ହେବେ ଓ ଘଟଣାରେ ତାଙ୍କାର ସମ୍ପୃକ୍ତି ସମ୍ପର୍କରେ ପଚାରି ବୁଝିବେ ବୋଲି କହିଛନ୍ତି । ଘଟଣାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଆସିବା ପରେ ବୋମାଇ ସରକାରଙ୍କ ପ୍ରତି ଚାପ ମଧ୍ୟ ବଢିବାରେ ଲାଗିଛି । ଇଶ୍ବରପ୍ପାଙ୍କୁ ମନ୍ତ୍ରୀ ପଦରୁ ହଟାଇବା ପାଇଁ ବିରୋଧୀ ଦଳ ଦାବି ଜୋର କରିବାରେ ଲାଗିଥିବା ବେଳେ ତଦନ୍ତ ପରେ ସବୁ ସ୍ପଷ୍ଟ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details