ମୁମ୍ବାଇ: ଅଯୋଧ୍ୟା ରାମ ମନ୍ଦିର ଜମି ଦୁର୍ନୀତି ଅଭିଯୋଗ ଘଟଣା । ମୁହାଁମୁହିଁ ହେଲେ ଶିବସେନା ଓ ଭାରତୀୟ ଜନତା ଯୁବ ମୋର୍ଚ୍ଚା । ବୁଧବାର ମହାରାଷ୍ଟ୍ର ଦଦାରସ୍ଥିତ ଶିବସେନା ଭବନ ନିକଟରେ ଶିବସେନା କର୍ମୀ ଏବଂ BJYM ମଧ୍ୟରେ ଜୋରଦାର ସଂଘର୍ଷ ଘଟିଛି । ଏନେଇ ମୁମ୍ବାଇ ପୋଲିସ ଶାସକ ଦଳର 7 ଜଣ ନେତା ଓ କର୍ମୀଙ୍କ ବିରୁଦ୍ଧରେ FIR ରୁଜୁ କରିଛି । ଭାରତୀୟ ପିଙ୍ଗଳ କୋଡର ଧାରା 141, 143, 147, 149, 392, 324, 323, 354 ଏବଂ 509 ଅନୁଯାୟୀ ସେମାନଙ୍କ ବିରୁଦ୍ଧରେ ମକଦ୍ଦମା ଦାୟର ହୋଇଛି ।
ଶିବସେନା-BJYM କର୍ମୀ ମୁହାଁମୁହିଁ; 7 ଶାସକ ଦଳ କର୍ମୀଙ୍କ ବିରୁଦ୍ଧରେ ମାମଲା ରୁଜୁ - BJYM
ଅଯୋଧ୍ୟା ରାମ ମନ୍ଦିର ଜମି ଦୁର୍ନୀତି ମାମଲାକୁ ନେଇ ମୁହାଁମୁହିଁ ହେଲେ ଶିବସେନା ଓ ଭାରତୀୟ ଜନତା ଯୁବ ମୋର୍ଚ୍ଚା । ଘଟଣାରେ 7 ଶିବସେନା ନେତା ଓ କର୍ମୀଙ୍କ ବିରୁଦ୍ଧରେ FIR ରୁଜୁ ମୁମ୍ବାଇ ପୋଲିସ । ଅଧିକ ପଢନ୍ତୁ...
![ଶିବସେନା-BJYM କର୍ମୀ ମୁହାଁମୁହିଁ; 7 ଶାସକ ଦଳ କର୍ମୀଙ୍କ ବିରୁଦ୍ଧରେ ମାମଲା ରୁଜୁ ଶିବସେନା-BJYM କର୍ମୀ ମୁହାଁମୁହିଁ; 7 ଶାସକ ଦଳ କର୍ମୀଙ୍କ ବିରୁଦ୍ଧରେ ମାମଲା ରୁଜୁ](https://etvbharatimages.akamaized.net/etvbharat/prod-images/768-512-12161242-thumbnail-3x2-maha.jpg)
ଶିବସେନା-BJYM କର୍ମୀ ମୁହାଁମୁହିଁ; 7 ଶାସକ ଦଳ କର୍ମୀଙ୍କ ବିରୁଦ୍ଧରେ ମାମଲା ରୁଜୁ
ସୂଚନାଯୋଗ୍ୟ, ଅଯୋଧ୍ୟା ରାମ ମନ୍ଦିର ଜମି ଦୁର୍ନୀତି ନେଇ ଶିବସେବା ବିଜେପିକୁ ସମାଲୋଚନା କରିବା ସହ ଆରୋପ ଲଗାଇଥିଲା । ଏନେଇ BJYM କର୍ମୀ ଶିବସେନା ଭବନ ସମ୍ମୁଖରେ ବିକ୍ଷୋଭ କରିଥିଲେ । ଯାହାକୁ ନେଇ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ । ଘଟଣାରେ ପୋଲିସ 40 ଜଣ BJYM କର୍ମୀଙ୍କୁ ଅଟକ ରଖିଥିଲା । ସେପଟେ ଏବେ 7 ଜଣ ଶିବସେନା କର୍ମୀଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିବା ଏକ ବିବୃତ୍ତି ମାଧ୍ୟମରେ ପୋଲିସ ସୂଚନା ଦେଇଛି ।
@ANI