ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗାଜିପୁର ସୀମାରେ ଆନ୍ଦୋଳନ କରିବା ସହିତ ବିଜେପି କର୍ମୀଙ୍କ ଗାଡି ଭଙ୍ଗାରୁଜା କରାଯାଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗକୁ ଭିତ୍ତି କରି ଗାଜିପୁର ସୀମାରେ ଆନ୍ଦୋଳନ କରୁଥିବା ପ୍ରାୟ 200 ଜଣ ଚାଷୀଙ୍କ ବିରୋଧରେ ଗୁରୁବାର କୌଶମ୍ବି ପୋଲିସ ଷ୍ଟେସନରେ ଏତଲା ଦାଏର ହୋଇଛନ୍ତି । ତେବେ ଏ ସମ୍ପର୍କରେ ସିଟି SP ଜ୍ଞାନେନ୍ଦ୍ର ସିଂ ସୂଚନା ଦେଇଛନ୍ତି ।
କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଗତ 7 ମାସ ଧରି ଗାଜିପୁର ସୀମାରେ ଚାଷୀମାନେ ଆନ୍ଦୋଳନ କରୁଛନ୍ତି । ବୁଧବାର ବିଜେପି କର୍ମୀମାନେ ଦିଲ୍ଲୀ-ମେରୁଟ ଏକ୍ସପ୍ରେସ ୱେରେ ଏକ ଶୋଭାଯାତ୍ରା କରୁଥିବା ସମୟରେ ବିଜେପି କର୍ମୀ ଏବଂ ଚାଷୀଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା । କୃଷକଙ୍କ ବିରୋଧକୁ ଦମନ କରିବା ପାଇଁ ପୋଲିସ ଏକପାଖିଆ କାର୍ଯ୍ୟାନୁଷ୍ଠାନ ନେବା ପରେ ଏହି ବିବାଦ ଉପୁଜିଥିଲା ବୋଲି ଭାରତୀୟ କିଷାନ ୟୁନିଅନ (BKU)ର ନେତା ଧର୍ମେନ୍ଦ୍ର ମଲିକ କହିଛନ୍ତି ।