ନୂଆଦିଲ୍ଲୀ: ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ National Monetisation Pipeline (NMP)ର ଲଞ୍ଚ କରିବେ । ଯାହା ଆସନ୍ତା ଚାରି ବର୍ଷ ମଧ୍ୟରେ ବିକ୍ରି ହେବାକୁ ଥିବା ସରକାରଙ୍କ ଭିତ୍ତିଭୂମି ସମ୍ପତ୍ତି ତାଲିକାଭୁକ୍ତ କରିବ ବୋଲି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି । ଏନଏମପି କେନ୍ଦ୍ର ସରକାରଙ୍କ ବ୍ରାଉନଫିଲ୍ଡ ଭିତ୍ତିଭୂମି ସମ୍ପତ୍ତିର ଚାରି ବର୍ଷର ପାଇପଲାଇନକୁ ନେଇ ଗଠିତ। ନିବେଶକମାନଙ୍କୁ ଭିଜିବିଲିଟି ଯୋଗାଇବା ବ୍ୟତୀତ ଏନଏମପି ସରକାରଙ୍କ ସମ୍ପତ୍ତି ବିମୁଦ୍ରୀକରଣ ପଦକ୍ଷେପ ପାଇଁ ମଧ୍ୟମ ମିଆଦି ରୋଡମ୍ୟାପ ଭାବେ ମଧ୍ୟ କାର୍ଯ୍ୟ କରିବ ବୋଲି ନୀତି ଆୟୋଗ ରବିବାର ଏକ ବିବୃତ୍ତିରେ କହିଛନ୍ତି।
ବିନିଯୋଗ ଏବଂ ପବ୍ଲିକ୍ ଆସେଟ୍ ମ୍ୟାନେଜମେଣ୍ଟ ବିଭାଗ (ଡିପିଏମ୍) ସଚିବ ତୁହିନ୍ କାନ୍ତ ପାଣ୍ଡେ ଚଳିତ ମାସ ଆରମ୍ଭରେ କହିଥିଲେ ଯେ ସରକାର ଜାତୀୟ ରାଜପଥ ଏବଂ ପାୱାର ଗ୍ରୀଡ୍ ପାଇପଲାଇନ ସମେତ 6 ଲକ୍ଷ କୋଟି ଟଙ୍କା ମୂଲ୍ୟର ଭିତ୍ତିଭୂମି ସମ୍ପତ୍ତି ଚୂଡ଼ାନ୍ତ କରୁଛନ୍ତି । ପ୍ରାୟ 6 ଟ୍ରିଲିୟନ ଟଙ୍କା ମୂଲ୍ୟର ଏହି ଯୋଜନା ଆରମ୍ଭ ହୋଇଛି । ଯେଉଁଥିରେ ପାଇପଲାଇନ ଠାରୁ ପାୱାର ଗ୍ରୀଡ ପାଇପଲାଇନ ପର୍ଯ୍ୟନ୍ତ ଜାତୀୟ ରାଜପଥ, ଟୋଟି (ଟୋଲ-ଅପରେଟ-ଟ୍ରାନ୍ସଫର) ଇତ୍ୟାଦି ବିଭିନ୍ନ ସମ୍ପତ୍ତି ରହିବ । କେନ୍ଦ୍ର ବଜେଟ ୨୦୨୦-୨୧, ଭିତ୍ତିଭୂମି ପାଇଁ ଅଭିନବ ତଥା ବିକଳ୍ପ ଆର୍ଥିକ ବୃଦ୍ଧି ପାଇଁ ଏକ ମାଧ୍ୟମ ଭାବରେ ସମ୍ପତ୍ତି ମୁଦ୍ରୀକରଣ ଉପରେ ଅଧିକ ଗୁରୁତ୍ୱାରୋପ କରିଥିଲା ।